Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Romance

4  

Ramakanta Das

Romance

ସ୍ମୃତିର ମହକ

ସ୍ମୃତିର ମହକ

1 min
277



ଆଜିକାଲି ବହୁତ ମନେପଡ ତୁମେ

ତୁମ ବିନା ଏକାନ୍ତ, ଅସହ୍ୟ

ଅସରନ୍ତି ଏ ବିରହ

ଯେମିତି ଲାଗୁଛି ମତେ

ଛାଡି ଚାଲିଯାଉଛି ଜୀବନ ।

ଦିନ ଚାଲିଯାଏ, ରାତି ଚାଲିଯାଏ

ଏ ସମୟ କାହିଁକି........... ?

ଆସୁଛି ଆଉ ଚାଲିଯାଉଛି

ସ୍ମୃତିର ଏ କେମିତି ସାଗର

ନା ପାଉଛି କୁଳ କିନାରା

ତୁମକୁ ପାଇବା ଆଶାରେ

ବହିଯାଉଛି ସେ ଦିଗହରା ମନନେଇ ।

କେବେ ତୁମେ ଆସ ସ୍ବପ୍ନରେ

କେବେ ପୁଣି ସ୍ମୃତିରେ

ଆପଣାର ଵନାଇ ଚାଲିଯାଅ

ବହୁତ ଦୂରକୁ

ନା ବଞ୍ଚିପାରୁଛି, ନା ମରିପାରୁଛି

ଏ ସ୍ମୃତିର ମହକ

ଅନେକ ଯନ୍ତ୍ରଣା ଦେଉଛି ।।



Rate this content
Log in

Similar oriya poem from Romance