STORYMIRROR

Balaram Barik

Comedy

3  

Balaram Barik

Comedy

ସବୁ କିଛି ପ୍ରାଇଭେଟ ହେଲାଣି

ସବୁ କିଛି ପ୍ରାଇଭେଟ ହେଲାଣି

1 min
168

ହେଇ ଅନାନି........

ଆଳୁ କହେ ଶୁଣୁ ପିଆଜ ଏ ସାରା ଜମାନା ଆମର।

ଜିଓ କହେ ବି:ଏସ୍:ଏନ୍:ଏଲ କୁ ଭେଳା ବୁଡ଼ିଲା ତୋର।


ପ୍ରାଇଭେଟ ବସ୍ ପ୍ରାଇଭେଟ ଟ୍ରେନ ଜମାଇଲାଣି ଆଡା।

ଗରିବ ଗୁରୁବା କେମିତି ବସିବେ ସେଠୁ ଖାଇବେ ତଡା।


ବେସରକାରୀ ଡାକ୍ତର ଖାନା ଯେତେ ଉଡାଇଲାଣି ଝଣ୍ଡା।

ସରକାରୀ ଚିକିତ୍ସାଳୟକୁ ଭରସା ନାହିଁ ଶୁଣୁ ଭାଇ ନଣ୍ଡା।


ଆମ ଦୂରଦର୍ଶନକୁ ଦୁରୁ ଜୁହାର ତାକୁ ଦେଖୁଛି ଅବା କିଏ ?

ରଙ୍ଗରଂଗଣି ବେସରକାରୀ ଚ୍ୟାନେଲ ସବୁ ଟି:ଆର:ପି ନିଏ।


ପେଟ୍ରୋଲ ଡିଜେଲ ଦର ବଢି ଚାଲିଛି ସୁନା ହେଲାଣି ଶସ୍ତା।

ସାର ଦର ଯେ ଆକାଶ ଛୁଆଁ ଚାଷୀ ହେଲାଣି ଭାରି ହିନସ୍ତା।


ଧନୀ ହେଲାଣି ଆହୁରି ଧନୀ ଗରିବ ପେଟରେ ଦିଏ ଓଦାକନା।

ସରକାରୀ- ବିରୋଧୀ ଦଳ ଭାଇ ଭାଇ ଖୋଜି ବୁଲନ୍ତି ବାହାନା।


ବର୍ଷ ସାରା ନିର୍ବାଚନ ପ୍ରଚାରରେ ଏ ଦେଶଟା ରହୁଛି ବୁଡି।

ମିଛ ପ୍ରତିଶ୍ରୁତି ପାଇ ପାଇ ଲୋକଙ୍କର ଛିଣ୍ଡିଲାଣି ଲୋ ଧଡି।


ପ୍ରେମ ହେଲାଣି ପ୍ରାଇଭେଟରେ ନଈକୂଳ ପାହାଡ଼ ଝରଣାକୁ ଭୁଲି।

ସବୁ କିଛି ଯଦି ପ୍ରାଇଭେଟ ହେବ ପୁଣି ବ୍ରିଟିଶ ଶାସନ ଆସୁ ବୁଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy