ଫୁଲେଇ ରାଣୀ
ଫୁଲେଇ ରାଣୀ
ଭାରି ଫୁଲେଇ ରସ ମଲେଇ
ମେହେନ୍ଦୀ ଛିଟା ହାତେ
ଭାରି ଲାଜେଇ କଥା କହଇ
ଫଗୁ ଫଗୁଣେ ନାଚେ ।
ହସଟି ତାର ଭାରି ମଧୁର
ଓଠେ ଅଳତା ରଙ୍ଗ
କେଶକୁ ଧୋଇ ସାମ୍ପୁ ରେ ନିତି
କରେ ସେ ଫରଫର ।
କର୍ଣ୍ଣ କୁଣ୍ଡଳ ମଥା ସିନ୍ଦୂର
ଚହଟୁ ଥାଏ ସଦା
ନାଲି ବସ୍ତ୍ରକୁ ଆପଣା କରି
ହୁଅଇ ନିତି ଫିଦା ।
ବାଙ୍କ ଚାହାଣୀ ତାର ରାଗିଣୀ
ନିଏ ମନକୁ କିଣି
ଅଳସୀ ଦେହ ହୁଏ ଚଞ୍ଚଳ
ତାର ବଚନ ଶୁଣି ।
ଅଙ୍ଗରେ ତାର ପ୍ରେମର ହୋଲି
ଦିଶଇ ମନୋହର
ମନଟି ତାର ଚହଟି ଚମ୍ପା
ହସଇ ବାର, ବାର ।
ଏମିତି ବୋହୂ ଜଗତେ ନାହିଁ
ଦେଖିଲା ଆଜି ନେତ୍ର
ମନକୁ ମୋର କରି ଚଞ୍ଚଳ
କରିଲି ତାକୁ ମିତ୍ର ।
କଲମ ମୁନ ଦେଖି କହିଲା
ଲେଖିବା ଦୁଇ ଧାଡି
ସୁନ୍ଦର ବେଶ ମାରୁଛି ଆଖି
ଶବ୍ଦକୁ ଯୋଡି ,ଜାଡି।
