STORYMIRROR

Arjun Das

Comedy

4  

Arjun Das

Comedy

ମର୍ଡନ ସକାଳ

ମର୍ଡନ ସକାଳ

1 min
260

 

କାଉ କୋଇଲି ଙ୍କ ରାବ ଶୁଭୁନାହିଁ

      ଦାଣ୍ଡେ କୁକୁର ଭୁକୁଛି

ଶଙ୍ଖ ଧ୍ୱନି ଆଉ କେବେ ଶୁଭୁନାହିଁ

      ମର୍ଡନ ଗୀତ ବାଜୁଛି  ।


ପ୍ରଭୁଙ୍କ ଦର୍ଶନ କରୁନାହିଁ କେହି

      ମୋବାଇଲି ରେ ମୁଖ ମାଡିଛି

ଗୋମାତା ବଦଳେ ଦାଣ୍ଡ ଦୁଆରରେ

      କୁକୁର ଯେ ବନ୍ଧା ହେଉଛି ।


ଶିତ ସକାଳ ରେ ନିଆଁ ପୁଆ କେବେ

      ଦେଖିବାକୁ ମିଳୁନାହିଁ

ବଣଭୋଜି ଆଉ ସାଙ୍ଗ ସାଥି ମେଳେ

      କେବେ କାହିଁ ମିଳୁନାହିଁ  ।


ଗୁଡୁ ମର୍ଣ୍ଣିଙ୍ଗ ରେ ସକାଳ ଆରମ୍ଭ

      ପ୍ରଭୁଙ୍କ ପ୍ରାର୍ଥନା ଭୁଲିଛି

ମଦ ଢୋକେ ଢୋକେ ପିଇ ଦେଇ ସବୁ

      ଦାଣ୍ଡ ଦୁଆରେ ଗଡୁଛି  ।


 ସକାଳୁ ସକାଳୁ ନୂଆ ବୋହୁ ଆଉ

      ବୃନ୍ଦାବତି ଜାଳୁନାହିଁ

ଦଶ ଟା ବେଳକୁ ସେଜ ଛାଡୁଅଛି

      ମନେ ତାର ଚିନ୍ତା ନାହିଁ  ।



Rate this content
Log in

Similar oriya poem from Comedy