STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଜନସେବା କେନ୍ଦ୍ର

ଜନସେବା କେନ୍ଦ୍ର

1 min
286


ଏତେ ସେବା କାହିଁ ଦେଉଛ ହେ ଭାଇ

    ରଖିବାକୁ ଜାଗା ନାହିଁ,

ଯେତେସେବା ସବୁ କାଗଜ ପତ୍ରରେ

    ଜକଜକ‌ ଦିଶୁଥାଇ ।

ଛକ ବଜାରରେ ଛତୁଫୁଟା ଭଳି

   ଖୋଲେ ଜନସେବା କେନ୍ଦ୍ର,

ଜନସେବା କେନ୍ଦ୍ର କେଉଁସେବା କରେ

   ପ‌ଇସା ନେବାର ଫାନ୍ଦ‌।

ଜନ ସେବା କେନ୍ଦ୍ର ବଦଳରେ ନାଁ

   ଧନ ନେବା କେନ୍ଦ୍ର ଲେଖ,

ଜେରକ୍ସ ମେସିନି କମ୍ପ୍ୟୁଟର ଥୋଇ

   ଲୋକଙ୍କୁ ପାଖକୁ ଡାକ।

ସହଜେ ଏ ଭାଇ ଡିଜିଟାଲ ଯୁଗ

   ୟାଙ୍କର ତ ପୁଷୁମାସ,

ମୁରୁଖ ଲୋକଙ୍କୁ ଭୁଆଁ ବୁଲେଇକି

   କରୁଥାନ୍ତି ଭଲ ଚାଷ।

ମୁହୂର୍ତ୍ତକେ ପ୍ରିଣ୍ଟ୍ ପ୍ରିଣ୍ଟର‌ କାଢୁଛି‌

   ମାଟି ଖୋଳା କାମ ନୁହେଁ,

କିନ୍ତୁ ଗରାଖୀଠୁ ଦ‌ଅଶ ଜାଗାରେ

   ଦୋକାନୀ‌ ଦୁଇଶ ନିଏ।

ଜନମ‌ ଦିନରୁ ମରଣ ପର୍ଯ୍ୟନ୍ତ

   ବିଭିନ୍ନ କାଆର୍ଡ ‌କର,

ଜେରକ୍ସ ଖରଚ‌ କରେଇ କରେଇ‌

   ଗରୀବକୁ‌ ଯାହା ମାର‌।

ଅନ୍‌ଲାଇନ୍‌ରେ ପ‌ଇସା ପତର‌

   ଦେଏଣ‌ ନେଏଣ‌ କରି,

ଚକମା ଦେଖେଇ ଗୁଗୁଲ ପେଏରେ‌

   ପ‌ଇସା ଦେଉଛ ଭରି।

ଫିଙ୍ଗର‌ ପ୍ରିଣ୍ଟ୍‌ର ନମୁନା ନେଇକି 

   ଭତ୍ତା ରାସନ ଦେଉଛ,

ଦିବ୍ଯାଙ୍ଗ କି ବୁଢ଼ା ବୁଢ଼ୀ ବିଧବାଙ୍କ

   ଅବସ୍ଥା ଥରେ ବୁଝିଛ‌!

ଫିଙ୍ଗର‌ ପ୍ରିଣ୍ଟ୍‌ଟା ବୁଢ଼ାବୁଢ଼ୀଙ୍କର

   ବେଶୀ ପ୍ରାୟ ଆସୁନାହିଁ,

ସେତେବେଳେସିଏଅଯୋଗ୍ୟହେଉଛି

   ନିଜ ପ୍ରାପ୍ଯ‌ ପ୍ରାପ୍ତ ପାଇଁ।

ଭତ୍ତା ପାଞ୍ଚଶ‌ହ ପାଇବା ପାଇଁକି

   ନିରାଶ୍ରା‌ ବାର୍ଦ୍ଧକ୍ୟଟିଏ,

ବ୍ୟାଙ୍କ୍‌ ଦ‌ଉଡିବା‌ ପ‌ଇସା ପାଇବା

   ଚିନ୍ତା ତାର ବଢିଯାଏ।

ଏଇ କ'ଣ ଆମ ସ୍ଵାଧୀନ ଭାରତ

   ମ‌ଉଳିକ ଅଧିକାର,

ଘରେ ନେଇ ଭତ୍ତା ବାଣ୍ଟିଲେ କି କ୍ଷତି

   ହେବ ସରକାରଙ୍କର?

ଭୋଅଟ‌ ପାଇଁ ତ ବିଭିନ୍ନ କିସମ

   ଯୋଜନା ଖୋଲି ଦେଉଛ,

କିସ୍ତି କରି କେତେ ଲାଞ୍ଚ ହାତଗୁଞ୍ଜା

   ଲୋକ ଦେଖି ଯାଚୁଅଛ‌।

ବଡବଡିଆଙ୍କ ଦରମା ବଢାଇ

    ନିଜ ଦରମା ବଢାଅ,

ଅୟସ କରିବା ପାଇଁ ରାଜସ୍ଵକୁ

   ଭଲ କରି ଲୁଟୁଥାଅ‌।

ଯୋଜନା ନାମରେ ଉତ୍କୋଚ ଦେଇକି

    ଭୋଅଟ‌ ହାତ‌ଉ ଥାଅ,

ରାଜସ୍ବ ନିଅଣ୍ଟ ପଡିଗଲେ ପୁଣି

    ଟ୍ୟାକ୍ସ ବଢେଇଦିଅ‌।

ଟଙ୍କାରେ ଚାଉଳ ପାଞ୍ଚରେ ଆହାର

    ପ୍ରାର୍ଥକ୍ଯ‌ ଡାଲିର ଦର,

ପେଟ୍ରୋଲ ଗ୍ୟାସ ହୁ ହୁ ବଢ଼େ

    କେ କରିବ ପ୍ରତିକାର?

ଋଣ କରି ଯିଏ ବାଇକି‌ କାଢୁଛି‌

   ଦେଉଅଛି ରୋଡ୍‌ ଟ୍ୟାକ୍ସ,

ତା'ସହ ଦେଉଛି‌ ପ୍ରଦୁଷଣ ଟ୍ୟାକ୍ସ 

   ପୁଣି ଲାଇସେନ୍ସ ଟ୍ୟାକ୍ସ।

ସବୁ ପରେପରେ ପେଟ୍ରୋଲ ଟାଙ୍କିରେ

    ଅଧା ଟ୍ୟାକ୍ସ ଗଣୁଅଛି,

ପାଣି, ବିଜୁଳୀ ଓ ରାସନ୍ ଓୌଷଧେ‌

   ଟ୍ୟାକ୍ସ ଖାଲି ଗଣୁଅଛି।

କେତେ କିଏ ଦିଏ କେତେ କିଏ ନିଏ

   କେ ବେଶୀ ଫାଇଦା ପାଏ‌,

କେଉଁସେବାକେନ୍ଦ୍ରକେଉଁ ସେବାକରେ

    ଉଠେ ଆଜି ପ୍ରଶ୍ନଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy