STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ନୋକିଆ (ରମ୍ୟ ରଚନା)

ନୋକିଆ (ରମ୍ୟ ରଚନା)

1 min
326


ଆମ ଛୁଆ ପୁଅ ନୋକିଆକୁ ଏବେ

    ଛ‌ଅ ମାସ ପୁରିଲାଣି,

ହେଲେ ଛ'ମାସରେ ଛ‌ଅ ମୋବାଇଲ

    ସିଏ କିନ୍ତୁ ଭାଙ୍ଗିଲାଣି।

ବେଲୁନ କଣ୍ଢେଇ ଇତ୍ୟାଦି ଖେଳନା

    ଆବଶ୍ୟକ ତାର ନାହିଁ,

ମୋବାଇଲ ନେଇ ଧରେଇଲେ ତାକୁ

    ନ କାନ୍ଦି ହସି ଖେଳ‌ଇ।

କୁଆଁ କୁଆଁ ରାବ ଯେବେ ପୁଅ ଦିଏ

    ମୋବାଇଲଟାକୁ ନେଇ,

ମାଆ ତାର କାନ ପାଖେ ଥୋଇଦିଏ

    ପୁଅ ଶୁଣେ କାନ ଦେଇ।

ମୋବାଇଲ୍‌ଟାରେ ଜହ୍ନମାମୁଁ କିମ୍ବା

    ବାଇ ଚଢେଇର ଗୀତ,

ବାଜିଲେ ପୁଅର ହସ ଖେଳ ଚାଲେ

    ଛାଟୁଥାଏ ଗୋଡ଼ ହାତ।

ହଳଦୀ ଗିନା କି ଗୁଆ ଘିଅ ଗୀତ

    ଯେବେ ଶୁଣେ ଆମପୁଅ,

ଖିଲି ଖିଲି ହସି ଯେଉଁ ଖୁସି ପାଏ

    କହିବା ସମ୍ଭବ ନୁହଁ।

ଭୋକ ଶୋଷ ସବୁ ଭୁଲି ଯାଇ ପୁଅ

    ମୋବାଇଲ ଶୁଣୁଥାଏ,

ମୁଁ ବୁଝିପାରେନି ମୋବାଇଲ ସହ

    ପୁଅର କି ଭାବ ଥାଏ?

ଏତିକି ଜାଣିଛି ଯେବେ ନୋକିଆଟି

    ମାଆର ପେଟରେ ଥିଲା,

ତାମାଆ ଶୁକୁଟି ନୋକିଆମୋବାଇଲ

    ସବୁବେଳେ ଟିପୁଥିଲା।

ଅଭିମନ୍ୟୁ ଭଳି ମାଆ ପେଟେ ଥାଇ

    ପୁଅ ଆମ ଜାଣୁଥିଲା,

ସେଇ ପ୍ରଭାବଟା ବୋଧହୁଏ ଆଜି

    ପୁଅ ଉପରେ ପଡ଼ିଲା।

ମୋବାଇଲ ପ୍ରିୟ ଯେଣୁ ଆମ ପୁଅ

    ନାଁ ତା' ଦେଲୁ ନୋକିଆ, 

କିନ୍ତୁ ମୋର ମାଆ ଶ୍ରଦ୍ଧାରେ ପୁଅକୁ

    ଡାକୁଛି ପରା ନଖିଆ।

ନୋକିଆ‌ର ସ୍ମାର୍ଟ ଫୋଅନ ସମ୍ପର୍କ

   ମା' ପେଟେ ରହିଲା ବେଳୁ,

ଛ'ମାସର ପିଲା ନଟିଆ ଦେଖୁଛି

   ମୋବାଇଲ ଖେଳୁ ଖେଳୁ।

ଅବଶ୍ୟ ଖରାପ ନୁହେଁ ଏ ଗୁଣଟି

    ମାଆଙ୍କ ପାଇଁ ମଙ୍ଗଳ,

ନିଶ୍ଚିନ୍ତେ ମାଆଟି କାମ କରେ ପୁଅ

    ମୋବାଇଲ ସାଥେ ଖେଳ।

ଭୁଲିପାରେ ପଛେ ମାଆକୁ ନୋକିଆ

    କିନ୍ତୁ ମୋବାଇଲ ନୁହେଁ,

ଧନ୍ୟ ମୋବାଇଲ ଧନ୍ୟ କରାମତି

    ପୁଅକୁ ଆଜି ନଚାଏ।

ମୁଁ ଭାବୁଛି ଯଦି ପେଗ୍‌ନାଟ ବେଳେ

    ଏଇ ଶୁକୁଟି ଆମର,

ରାମନାମ ଯଦି ଭଜିଥାନ୍ତା ପୁଅ

   ‌ ହୋଇଥାନ୍ତା ବାବା ମୋର।

ଆଜିକା ପିଲାଙ୍କୁ କିଛିଦିଅ ନାହିଁ

    ସବୁ ସେ ଚଳେଇ ନେବେ,

କିନ୍ତୁ ମୋବାଇଲ ନଦେଲେ ସେଘରେ

    ପ୍ରଳୟ ଘଟାଇ ଦେବେ।

ଛୋଟ ଶିଶୁଟିଏ ସ୍ମାର୍ଟ ମୋବାଇଲ

   ଯେଉଁ ଭଳି ଚଳ‌ଉଛି,

ସେସବୁ ଦେଖିକି ଟେର୍ ପାଉନି ମୁଁ

    ଆଶ୍ଚର୍ଯ୍ଯ ଭାରି ଲାଗୁଛି।

ଫ୍ରି ଫାୟାର ପପ୍‌ଜି ଟିକ୍‌ଟକ୍ ଭଳି

   ଖେଳେ ପିଲା ଲିପ୍ତ ରହି,

କାନ ପାଖେ ଘଟୁ ଥିବା ସମସ୍ୟାକୁ

   କାନରେ ପୁରାନ୍ତି ନାହିଁ।

ଫେସ୍‌ବୁକ୍ ସାଙ୍ଗ ଅନେକ କରନ୍ତି

    ଅନ୍ ଲାଇନରେ ରହି,

କେତେବେଳେକିଏଆତ୍ମହତ୍ୟା କରେ

    ଅବାଟରେ‌ ନିଜେ ଯାଇ।

ବେଳେବେଳେ ଏଇ ଖବର ଖେଳ‌ଇ

    ପ୍ରେମୀ ଯୁଗଳ ଅନେକ,

ସେଲ୍ଫୀ ନେଉ ନେଉ ଭାବବିହ୍ଵଳରେ

    ହେଉଥାନ୍ତି ମୃତାହତ।

ମୋବାଇଲ ଫାଦର‌ ମାର୍ଟିନ କୁପର

    କହିଛନ୍ତି ବାରମ୍ବାର,

ମୋବାଇଲ ମୋହ ବେଶୀ ରଖନାହିଁ

    ମୂଲ୍ଯ ବୁଝ ସମୟର।

ତେଣୁ ମୋବାଇଲ ଉପଯୁକ୍ତ କାର୍ଯ୍ଯେ

    ବ୍ୟବହାର କଲେ ଭଲ,

ମନ୍ଦବାଟେ ଏହି ମୋବାଇଲ ଖେଳ

    ହୋଇପାରେ ନିଶ୍ଚେ ଭେଲ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Comedy