STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଫେସବୁକ୍ କହେ (ରମ୍ୟ ରଚନା)

ଫେସବୁକ୍ କହେ (ରମ୍ୟ ରଚନା)

1 min
287


ରାସ୍ତା କଡ ବ୍ଲାକ୍‌ବୋର୍ଡ

  ମୋତେ ଭାବୁଛ କି,

   ମନ ଇଚ୍ଛା ଯିଏ ଯାହା

     ଯାଉଅଛ ଲେଖି।

ଲେଖିବ ଯଦିବା‌ କିଛି

  ଲେଖ ହେ କବିତା,

   ସମାଜକୁ ଦିଅ ଭାଇ

     କିଛି ଭଲ ବାର୍ତ୍ତା।

କିଛି ନୀତିବାଣୀ ଦିଅ

  ବଦଳୁ ସମାଜ,

    ତା'ବଦଳେ ନଗ୍ନ ନୃତ୍ୟ

      ସମାଜକୁ ଲାଜ !!

ପୈତୃକ ସମ୍ପତ୍ତି ବୋଲି

  ଭାବନାହିଁ ମୋତେ,

    ଜୀବନ ମୋ କୃତ୍ଯ‌ ହେବ

      ସମାଜର ହିତେ।

ଅଶ୍ଳୀଳ ଭିଡ଼ିଓ ଦେଇ

 କର ନାହିଁ ଶସ୍ତା,

   ବେଶୀ କଷ୍ଟ ଲାଗେ ଦେଖି

    ତୁମ ରଙ୍ଗମସ୍ତା।

କିଏ ଛାଡ଼େ ଯୌନ ଲୀଳା

  କିଏ ନଗ୍ନ ନୃତ୍ୟ,

   କେ ଦେଲାଣି କୁକୁରଙ୍କ

     କ୍ରୀଡ଼ା ଅସଂଯତ।

ଦୟାକରି ଏଗୁଡାକ

  କେବେ ଦିଅ ନାହିଁ,

   ସ୍ମାର୍ଟ୍ ଫୋନ୍ ଇଜ୍ଜତକୁ

     ରକ୍ଷା କର ଭାଇ।

ପାରୁଛ ଯଦିବା‌ ଦିଅ

  ସତସଙ୍ଗ ବାର୍ତ୍ତା,

   ପୋଥି ପୁରାଣ କାହାଣୀ

    ଭାଗବତ ଗୀତା।

ଏମିତି ମୁଁ ଅସରନ୍ତି

  ହସ ପୃଷ୍ଠାଟିଏ,

    କେତେ ସପନ ମୁଁ ବାଣ୍ଟେ

     ଜାଣୁଛି ବା କିଏ?

ଅଶ୍ଳୀଳ କଥା ବିଷୟେ   

 ହୁଏ ମୁଁ କ୍ଷତାକ୍ତ ,

   ଭେଙ୍ଗଣା ନୃତ୍ୟକୁ ଦେଖି

    ପାଏ ହୃଦେ କଷ୍ଟ।

ମନ ଇଚ୍ଛା ଦିଅ ନାହିଁ

 ନଷ୍ଟ ଶିକ୍ଷା ମାନ,

   ନଚେତ୍ ମୁଁ ହୋଇଯିବି

     ନିଶ୍ଚେ ମୂଲ୍ୟହୀନ।

ମୂଲ୍ୟହୀନ କରିବ କି

  ମୂଲ୍ୟବାନ ମୋତେ,

    ବିଚାର ରହିଛି ବନ୍ଧୁ

‌ ଆପଣଙ୍କ ହାତେ।

ମୁଁ ତୁମର ସ୍ମାର୍ଟ ଫୋନ୍

  ଫେସବୁକ୍ ଜାଣ,

   ଅଶ୍ଳୀଳ ଭାଷା ପ୍ରୟୋଗେ

     ହୋଇଯାଏ କ୍ଷୀଣ।

ମୋ ହୃଦ ବେଦନା ନେଇ

  ଲେଖିଲି‌ କବିତା,

   ଭୁଲ୍ ବୁଝିବେନି ମୋତେ

     ନୁଆଁଉଛି‌ ମଥା‌।

ସୁସ୍ଥ ସମାଜ ଗଢ଼ିବା

  ଆପଣଙ୍କ କାମ,

   ପାରୁଛ ଯଦିବା‌ ଦିଅ

     ମୋ ପ୍ରେମ ସମ୍ମାନ।

ଦୟାକରି ଦିଅ ନାହିଁ

 ନଷ୍ଟ ବାର୍ତ୍ତା ମାନ,

   କେବଳ ନୀତିଶିକ୍ଷାରେ

    ଆନନ୍ଦିତ ମନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy