Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Comedy Inspirational Others

3  

Santosh Kumar Nayak

Comedy Inspirational Others

ଗଉରା ସାହୁ

ଗଉରା ସାହୁ

1 min
233



ଗଉରା ସାହୁ

କଲେଜ ବାରଣ୍ଡା ମାଡ଼ିଲା ଦିନଠୁ

ବଡ଼ ସାନ ଜମା ମାନୁନି ଆଉ ।


ମୁହଁକୁ ଛିଞ୍ଚାଡି ଦେଉଛି ଜବାବ

ଭଲ କଥା କିଏ କହିଲେ ପଦେ,

ଆର ସାହି ଆଡେ ନିଇତି ଯାଉଛି

ସୁକୁଟି ପ୍ରେମରେ ପଡ଼ିଛି ବୋଧେ !

ଘାଆକୁ କୁଣ୍ଡେଇ ଲେଖୁଛି ଲେଟର

ଭେଣ୍ଡିଆ ପୁଅର ବଢିଲା ଭାଉ,

ଗୁଟଖା ଖଇନି ଖାଉଛି ପାକୁଳି

କହିଲେ କହୁଛି ସେତିକି ଥାଉ ।


ଗଉରା ସାହୁ

ନିଶ ଦାଢି ତାର ଉଠିଲା ଦିନଠୁ

ବଡ଼ ସାନ ଜମା ମାନୁନି ଆଉ ।


ବାରବୁଲା ପରି ବୁଲୁଅଛି ଖାଲି

ବାପାଙ୍କ କାମରେ ଦେଉନି ହାତ,

ଜେଜେ ଭାଗବତ ପଢିଲା ବେଳକୁ

ନାତି ଗାଉଅଛି ସିନେମା ଗୀତ !

ଏକୋଇର ବଳା ବିଶିକେଶନ ସେ

ପକେଟ୍ ଖରଚ ଦେଉଛି ବୋଉ,

ବୋଉ କି ଜାଣିବ ପଇସା ନେଇଣ

କି ମହାନ କାମେ ଲଗାଏ ସେହୁ ?


ଗଉରା ସାହୁ

ଯଉବନ ତାକୁ ଛୁଇଁଲା ଦିନଠୁ

ବଡ଼ ସାନ ଜମା ମାନୁନି ଆଉ ।


ଝିଙ୍କ ପରି ବାଳ ଷ୍ଟାଇଲି କରିଛି

ଚୁଚୁନ୍ଦ୍ରା ମୁହଁକୁ ମାନୁଛି ଭାରି

ଫଟା ଜିନ୍ ପ୍ୟାଣ୍ଟ୍ ପିନ୍ଧି ବାହାରୁଛି

ଦେଖିଲେ ଲାଗୁଛି ନୂଆ ଭିକାରୀ ।

ବଡଙ୍କୁ ଟିକିଏ ସମ୍ମାନ ଦେଉନି

ପାଦକୁ ଛୁଇଁବା ଦୂରରେ ଥାଉ,

ଗଉରାକୁ ଟିକେ ଭଲ ବୁଦ୍ଧି ଦିଅ

ଏତିକି ବିନତି ହେ ମହାବାହୁ ।।


ବି.ଦ୍ର : କବିତାଟି କୌଣସି ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଲେଖା ଯାଇ ନାହିଁ । କେବଳ ସଚେତନତା ସୃଷ୍ଟି ହିଁ କବିତାର ମୂଳ ଲକ୍ଷ୍ୟ ।



Rate this content
Log in

Similar oriya poem from Comedy