STORYMIRROR

Etishree Jana

Comedy

3  

Etishree Jana

Comedy

ଗୋଲାପ ଦିବସ

ଗୋଲାପ ଦିବସ

1 min
258

ଗୋଲାପର ମୂଲ୍ୟ ବଢିଗଲା ଆଜି

ପ୍ରେମୀ ଯୁଗଳଙ୍କ ପାଇଁ

ଦୋକାନରେ ଆଜି ଲାଗିଗଲା ଭିଡ଼

ପ୍ରେମିକାକୁ ସାଙ୍ଗେ ନେଇ।

ଆଜି ଦିନଠାରୁ ଆରମ୍ଭ ହୋଇଲା

ପ୍ରେମର ସପ୍ତାହ ରୂପେ

କୋଟିକୋଟି ମନ ଖୁସିରେ ବିଭୋର

ଗୋଲାପ ଦିବସ ଏବେ।

ପ୍ରେମୀ ଯୁଗଳଙ୍କ ଅଷ୍ଟମ ଦିବସ

ବିତିଯାଏ ହସ ଖୁସିରେ

ସିଙ୍ଗିଲ ବାଲାଙ୍କ କଷ୍ଟର ସମୟ

ଆସିଯାଏ ଏହି ଦିନରେ।

ପ୍ରେମିକା ଖଣ୍ଡିଏ ମିଳେନାହିଁ ତାଙ୍କୁ

ଖୋଜିଖୋଜି ମାସ ବର୍ଷରେ

ସେଥିପାଇଁ ସେ ତ ଯୋଗ ଦେଇଥାଏ

ବଜରଙ୍ଗୀ ନାମ ଦଳରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy