STORYMIRROR

Etishree Jana

Fantasy

3  

Etishree Jana

Fantasy

ବସନ୍ତ

ବସନ୍ତ

1 min
295

ଋତୁରାଜ ନାମେ ବସନ୍ତ ଅଟଇ

ଷଡ଼ଋତୁରେ ସେ ଅନ୍ୟତମ

ଶୀତ ପରେ ସେ ତ ଆରମ୍ଭ ହୁଅଇ

ମନ ଭରିଯାଏ ଆମ।


କୁହୁକୁହୁ ଶବ୍ଦେ କୋକିଳ ରାବଇ

ସୁନ୍ଦର କଣ୍ଠରେ ତା'ର

ଆମ୍ବ ବଉଳର ସୁନ୍ଦର ସୁରଭି

ଚହଟାଏ ବଣ ଜଙ୍ଗଲ।


ବସନ୍ତ ଆରମ୍ଭେ ସରସ୍ୱତୀ ପୂଜା

ପୁଜିଥାନ୍ତି ସାରା ସଂସାର

ଆଗମନ କରେ ଶ୍ରୀପଞ୍ଚମୀ ତିଥେ

କଣ୍ଠେ ବିରାଜନ୍ତି ସଭିଙ୍କର।


ମଳୟ ପବନ ବହେ ବସନ୍ତ ଋତୁରେ

ବାଜି ଉଠେ ମନ ମୃଦଙ୍ଗ

ଜୀବଜନ୍ତୁ ସବୁ ଖୁସିରେ ବିଭୋର

କରିବାକୁ ତାଙ୍କ ସ୍ୱାଗତ।


ନୁହେଁ ସେ ଖରା ନୁହେଁ ସେ ଶୀତ

ନା ଅଟେ ବର୍ଷାର ଧାର

ଅଟେ ସେ ଶ୍ରେଷ୍ଠ ପୃଥିବୀ ପୃଷ୍ଠର

ଋତୁ ଅଟେ ବସନ୍ତ ରାଜର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy