STORYMIRROR

Etishree Jana

Tragedy

3  

Etishree Jana

Tragedy

କାହାପାଇଁ

କାହାପାଇଁ

1 min
228

ଚାହିଁଅଛି ତୁମ ଫେରିବା ବାଟକୁ

ଫେରିଲନି କାହିଁପାଇଁ

ଅଢେ଼ଇ ଅକ୍ଷର ପ୍ରେମ ନାମ ଦେଇ

ଚାଲିଗଲ କାହାପାଇଁ।


ପ୍ରେମ ନୁହେଁ ମୋର ପ୍ରଜ୍ବଳିତ ଅଗ୍ନି

ଜାଲିଦେଲ କାହିଁପାଇଁ

ପ୍ରେମ ଥିଲା ମୋର ସ୍ବପ୍ନର ସାଗର

ଭାଙ୍ଗି ଦେଲ କାହାପାଇଁ।


ହୃଦୟରେ ମୋର ପ୍ରଶ୍ନର ଜୁଆର

ଉତ୍ତର ନାହିଁ କାହିଁପାଇଁ

ହାତଧରି ମୋର ଚାଲୁଥିବା ବାଟେ

ଛାଡିଦେଲ କାହାପାଇଁ।


ମନଥିଲା ମୋର ଅଶାନ୍ତ ସାଗର

ଶାନ୍ତକଲ କାହିଁପାଇଁ

ହୃଦୟରେ ମୋର ଆଶା ଆକାଂକ୍ଷା ଭରି

ଭୁଲିଗଲ କାହାପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy