STORYMIRROR

Etishree Jana

Inspirational Children

3  

Etishree Jana

Inspirational Children

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
222

ସ୍ୱାଧୀନ ଭାବରେ ସ୍ୱାଧୀନ ଚିତ୍ତରେ

ଜାତୀୟ ସଙ୍ଗୀତ ତାଳେ

ତ୍ରିରଙ୍ଗା ପତାକା ଫରଫର ଉଡେ

ଭାରତ ମାତାର କୋଳେ।


ତିନି ରଙ୍ଗର ତିନି ପ୍ରତୀକ

ଭାରତର ସେ ବଡ ଗୌରବ

ଜାତୀୟତା ଏଠି ନିବିଡ଼ ହୁଏ

ଫୁଟି ଉଠେ ତାର ସୌରଭ।


ଇଂରେଜୀ ଶାସନ ବିରୋଧ କରି

ଗଢି ଉଠିଲା ଆମ ସମ୍ବିଧାନ

ଭାରତର ଭାଗ୍ୟ ବଦଳି ଗଲା

ବଢ଼ିଗଲା ଏଠି ଜାତିର ମାନ।


ଗଣ ରାଜ୍ୟ ରୂପେ ଗଣତନ୍ତ୍ର ହେଲା

ମିଳିଲା କର୍ତ୍ତବ୍ୟ ଅଧିକାର

ସବୁ ଭାଷାଭାଷୀ ଏକାଠି ରହିବେ

ଅର୍ଦ୍ଧସଂଘୀୟ ରାଷ୍ଟ୍ର ଆମର।


ବଡ଼ ସମ୍ବିଧାନ ବଡ଼ ସଂମାନ

ପ୍ରାପ୍ତ ହେଲା ଆମ ଦେଶକୁ

ପଞ୍ଚମ ସ୍ଥାନରେ ସୈନିକ ଆମର

ଉଚ୍ଚ କରେ ଆମ ଗର୍ବକୁ।


ଆଜିର ଦିନଟି ସ୍ମରଣୀୟ ଅଟେ

କୋଟି ଜନ ମନସରେ

ସାରା ଭାରତରେ ପାଳନ ହୁଏ

ସାଧାରଣତନ୍ତ୍ର ରୂପରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational