STORYMIRROR

Etishree Jana

Classics

3  

Etishree Jana

Classics

ମାଆ

ମାଆ

1 min
365

ଅଟେ ସେ ସୁନ୍ଦର ଅଟେ ସେ କୋମଳ

ମାଆ ଅଟେ ଅନ୍ୟତମ

ପେଟ ପୁରିଯାଏ ମନ ଭରିଯାଏ

ଡାକିଦେଲେ ତା'ର ନାମ।


ମାଆର ମମତା ସରଗଠୁ ବଡ଼

ଦୁଇ ଅକ୍ଷର ତା'ର ନାମ

ଲୋଡ଼େ ନାହିଁ ସିଏ ସୁନା କି ମୁକୁତା

ସ୍ନେହ ପ୍ରେମ ତା'ର କାମ୍ୟ।


ବର୍ଷା ଖରା କି ଶୀତ କାକର

ଆସୁ ବରଷା ବଢି

ବର୍ଷକ ଯାକ ଖଟିଥାଏ ସେ

ବିନା ପାଉଣା ନେଇ।


ଦୁଃଖ କଷ୍ଟ ସବୁ ଦୂର ହୋଇଯାଏ

କୋଳେ ଦେଲେ ତା' ମଥାକୁ ଥୋଇ

ସବୁ ଯେପରି ସହ୍ୟ ହୋଇଯାଏ

ସ୍ନେହ ବୋଳା ହାତ ଦେଲେ ଲଗାଇ।


ଆଖିରେ ଟୋପେ ଲୁହ ଝରିଗଲେ

ଛାତି ଫାଟିଯାଏ ମୋର

ରାଗ ରୁଷା ସବୁ ଭୁଲିଯାଏ ମୁହିଁ

ଲାଗି ଗଳାରେ ତା'ର।


କେଉଁ ଦେବତା ଗଢିଲା ତାକୁ

ଏତେ ସମୟ ଦେଇ

ସଂସାରେ ସେ ଅନନ୍ୟ ସୃଷ୍ଟି

ତା'ପରି କେହି ଜଗତେ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics