ମାଆ
ମାଆ
ଅଟେ ସେ ସୁନ୍ଦର ଅଟେ ସେ କୋମଳ
ମାଆ ଅଟେ ଅନ୍ୟତମ
ପେଟ ପୁରିଯାଏ ମନ ଭରିଯାଏ
ଡାକିଦେଲେ ତା'ର ନାମ।
ମାଆର ମମତା ସରଗଠୁ ବଡ଼
ଦୁଇ ଅକ୍ଷର ତା'ର ନାମ
ଲୋଡ଼େ ନାହିଁ ସିଏ ସୁନା କି ମୁକୁତା
ସ୍ନେହ ପ୍ରେମ ତା'ର କାମ୍ୟ।
ବର୍ଷା ଖରା କି ଶୀତ କାକର
ଆସୁ ବରଷା ବଢି
ବର୍ଷକ ଯାକ ଖଟିଥାଏ ସେ
ବିନା ପାଉଣା ନେଇ।
ଦୁଃଖ କଷ୍ଟ ସବୁ ଦୂର ହୋଇଯାଏ
କୋଳେ ଦେଲେ ତା' ମଥାକୁ ଥୋଇ
ସବୁ ଯେପରି ସହ୍ୟ ହୋଇଯାଏ
ସ୍ନେହ ବୋଳା ହାତ ଦେଲେ ଲଗାଇ।
ଆଖିରେ ଟୋପେ ଲୁହ ଝରିଗଲେ
ଛାତି ଫାଟିଯାଏ ମୋର
ରାଗ ରୁଷା ସବୁ ଭୁଲିଯାଏ ମୁହିଁ
ଲାଗି ଗଳାରେ ତା'ର।
କେଉଁ ଦେବତା ଗଢିଲା ତାକୁ
ଏତେ ସମୟ ଦେଇ
ସଂସାରେ ସେ ଅନନ୍ୟ ସୃଷ୍ଟି
ତା'ପରି କେହି ଜଗତେ ନାହିଁ।
