STORYMIRROR

Etishree Jana

Abstract Drama Tragedy

3  

Etishree Jana

Abstract Drama Tragedy

ଏକାକୀ ଜୀବନ

ଏକାକୀ ଜୀବନ

1 min
213

ଏକାକୀ ଜୀବନ ବଞ୍ଚିବାର ଥିଲେ

ପଥଭ୍ରଷ୍ଟା ହୁଅ ନାହିଁ

ସାଙ୍ଗସାଥି ସବୁ ଦୁରେଇ ଯାଆନ୍ତି

କିଛି କ୍ଷଣ ଖୁସି ଦେଇ।

ଅସମୟେ ସେ ତ ପାଖକୁ ଆସନ୍ତି

ସମୟରେ ଦେଖା ନାହିଁ

ବଡ଼ବଡ଼ କଥା କହିଯାଇ ଥାଆନ୍ତି

ପ୍ରତିଶ୍ରୁତି ମନେ ଦେଇ।

ପୃଥିବୀ ପୃଷ୍ଠରେ ମୋହମାୟା ସବୁ

ସମ୍ପର୍କର ଏଠି ଖେଳ

କାମ ସରିଗଲେ କହିଦେଇଥାଏ

ମିଳେନାହିଁ ତାକୁ ବେଳ।

ଆବଶ୍ୟକସ୍ଥଳେ ଦୁରେଇ ଯାଏ

ଯେଉଁ ସମ୍ପର୍କର ଡୋରୀ

ସେହି ସମୟରେ ବୁଝିନେବ ଭାଇ

ସେଠାରେ ସତ୍ୟତା ନାହିଁ।

ପ୍ରକୃତ ବନ୍ଧୁ ଯେ ଛାଡେନାହିଁ ହାତ

ଦୁଃଖରେ ହୁଏ ସେ ସାଥି

ସବୁ ଯନ୍ତ୍ରଣାରେ ବଇଦ ସାଜି

ଦୂରକରେ ସବୁ ବ୍ୟାଧି।

ଆଜିର ସମାଜେ ବଞ୍ଚିବାର ଥିଲେ

ନକାରାତ୍ମକ ତ୍ୟାଗ କର

ଖୁସି ରହିବାର ଗୋଟିଏ ଉପାୟ

ଏକାକୀ ବଞ୍ଚିବା ଶିଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract