STORYMIRROR

Etishree Jana

Tragedy Classics Inspirational

3  

Etishree Jana

Tragedy Classics Inspirational

ହୃଦୟର କଥା

ହୃଦୟର କଥା

1 min
190

ମଣିଷ ଜୀବନ ରଙ୍ଗମଞ୍ଚ ପରି

ସମୟର ଏଠି ଖେଳ

ଈଶ୍ୱର ଅଟନ୍ତି ପ୍ରଯୋଜକ ଏଠି

ଆମେ ଅଟୁ କଳାକାର।


ତାଙ୍କରି ଆଦେଶେ ଜନ୍ମଲାଭ କଲେ

କେତେ କେତେ ଗୁଣିଜନ

କାର୍ଯ୍ୟ ସରିଗଲେ ବାହୁଡ଼ି ଯାଆନ୍ତି

ଛାଡ଼ିଦେଇ ତାଙ୍କ ପ୍ରାଣ।


ସହିଦ ଦିବସ ନୁହଇ କେବଳ

ସ୍ୱାଧୀନ ସଂଗ୍ରାମୀ ପାଇଁ

ଅନେକ ଜୀବନ ଦେଇଥାଏ ପ୍ରାଣ

ତାଙ୍କ ନାମ କାଇଁ ନାହିଁ?


ଗାନ୍ଧୀ ରାଜଗୁରୁ ଭାଗତ ସିଂ

ରହିଅଛି ତାଙ୍କ କାମ

ସୀମା ନିକଟରେ ସହିଦ ଯବାନ

କାହିଁ ନାହିଁ ତାଙ୍କ ନାମ?


ଘରେ ଘରେ ଉଠେ କ୍ରନ୍ଦନର ରେଳି

ଯେବେ ଆସେ ସହିଦ ଯବାନ

ଭାରତ ବର୍ଷର ସବୁଠାରୁ ଦୁଃଖ

ନୁହେଁ ତାହା କାହା ସମାନ।


ସମରରେ ନାରୀ ଯୋଦ୍ଧା ସାଜି

ଛାଡ଼ିଗଲେ ତାଙ୍କ ଜାତିର ମାନ

ବର୍ତ୍ତମାନ ନାରୀ ସୁରକ୍ଷିତ ନୁହେଁ

ରଖିବାକୁ ତା'ର ମାନ ସମ୍ମାନ।


ସତ୍ୟର ମୈତ୍ରୀ ବିଜୟର ଗାଥା

ଗାଉଅଛି ପୁରା ସଂସାର

ପ୍ରକୃତରେ କ'ଣ ବିଜୟ ହୋଇଛି

ଭାରତ ବର୍ଷ ଆମର?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy