STORYMIRROR

Etishree Jana

Inspirational Children

4  

Etishree Jana

Inspirational Children

ଶିକ୍ଷକ

ଶିକ୍ଷକ

1 min
370

ବିଦ୍ୟାଳୟ ଅଟେ ବିଦ୍ୟାର ମନ୍ଦିର

ଭବିଷ୍ୟତ ଗଢ଼ା ଦେଉଳ

ଶିକ୍ଷକ ଏଠି ଈଶ୍ୱର ଅଟନ୍ତି

ଆମେ ଅଟୁ ଶିଷ୍ୟଗଣ।


ପ୍ରାଥମିକ ଭାବେ ପରିବାର ହେଲେ

ଗୌଣ ଅଟେ ବିଦ୍ୟାଳୟ

ପିତାମାତା ପରି ଶିକ୍ଷକ ଅଟନ୍ତି

ଢାଳିଦେଇ ସ୍ନେହ ଆଦର।


ଭୁଲ ପଥେ ଗଲେ ପଥ ସେ ଦେଖାନ୍ତି

ସନ୍ତାନ ତାଙ୍କର ଭାବି

ନୂଆ ନୂଆ ତଥ୍ୟ ପ୍ରଦାନ କରନ୍ତି

ଉତ୍ତମ ଚରିତ୍ର ପାଇଁ।


ଜୀବନ ନୌକାଟି ଅନିଶ୍ଚିତ ହୁଏ

ବିଦ୍ୟାର ଅଭାବ ସାର

ନାଉରିଆ ଏଠି ଶିକ୍ଷକ ସାଜନ୍ତି

ଦେଖାନ୍ତି ନୂତନ ଦ୍ୱାର।


ଜୀବନେ ବିଦ୍ୟାକୁ ସାରଥି କରିଲେ

ପ୍ରବାସରେ ହୁଏ ଶଖା

ଅସମ୍ଭବ ସବୁ ସମ୍ଭବ କରାଏ

ନୁଏ ନାହିଁ ତା'ର ମଥା।


ଜୀବନ ରୂପକ ତମସା ମଧ୍ୟରେ

ବିଦ୍ୟାର ଆଲୋକ ଜାଳି

କୂପ ମଣ୍ଡୁକରୁ ବଞ୍ଚିତ କରାନ୍ତି

ଆଶୀର୍ବାଦ ସବୁ ଢାଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational