STORYMIRROR

Etishree Jana

Classics

3  

Etishree Jana

Classics

ହୋଲି ପର୍ଵ

ହୋଲି ପର୍ଵ

1 min
331

ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ

ହୋଲି ଦିବସ ରୂପେ

ରଙ୍ଗବେରଙ୍ଗ ଅବିର ବୋଳି

ଖେଳନ୍ତି ମନ ଉଲ୍ଲାସେ।

ବାର ମାସରେ ତେର ପରବ

ଓଡ଼ିଶାର ଇଏ ବଡ଼ ଗୌରବ

ଆବାଳବୃଦ୍ଧବନିତା ଗଣ

ଖୁସିରେ ବୋଳନ୍ତି ହୋଲିର ରଙ୍ଗ।

ଉତ୍କଳ ପ୍ରଦେଶେ ବିଭିନ୍ନ ସ୍ଥାନେ

ଦୋଳ ପାଳନ୍ତି ସଭିଙ୍କ ଘରେ

ରାଧାକୃଷ୍ଣଙ୍କୁ ଲଗାନ୍ତି ହୋଲି

ଭୋଗ ଖୁଆନ୍ତି ଘରକୁ ଆଣି।

ପୂର୍ବେ ହୋଲିକାକୁ ବିନାଶ କରି

ଆସିଲେ କୃଷ୍ଣ ଘରକୁ ଫେରି

ଦୋଳ ବିମାନରେ ତାଙ୍କୁ ବସାଇ

ସ୍ୱାଗତ କଲେ ନଗର ବାସୀ।

ଜାତି ଧର୍ମ ବର୍ଣ୍ଣ ସଭିଏଁ ମିଶି

ରଙ୍ଗ ଖେଳିବେ ହୋଇଣ ଖୁସି

ଏହି ପର୍ଵର ଗୋଟିଏ ଲକ୍ଷ

ଦୂର କରିବା ସମସ୍ତ ଦ୍ୱେଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics