ନାରୀ
ନାରୀ
ଦୁଇଜଣ ନାରୀ ଆସନ୍ତି ଜୀବନେ ଜଣେ ଦିଏ ଜଣେ ନିଏ,
ଜଣେ ନାରୀ ମାଆ କହେ ସବୁ ତୋର ମୋର ସବୁ ପତ୍ନୀ କହେ |
ମାଆ ଶିଖାଇଲେ କହିବା ଚାଲିବା ପତ୍ନୀ ପକାଇଲା ତାଲା,
ମାଆ ଗୁଗୁପାଞ୍ଚି କରୁଥିଲେ ସିନା ପତ୍ନୀ ଲାଉପଚାରେ ହେଲା |
ମାଆ କୋଳେ ଧରି କହେ ମୋ ଜୀବନ ପତ୍ନୀ କହେ ସୁନାଖଣି,
ମାଆ ଆଣିଦିଏ ସରଗରୁ ଚାନ୍ଦ ପତ୍ନୀ ଦିଏ ସୂର୍ଯ୍ୟ ଆଣି |
ମାଆ କହେ ସଦା ଥିବୁ ଦୃଷ୍ଟିପଥେ ଯିବୁ ନାହିଁ ବେଶି ଦୂର,
ପତ୍ନୀ କହେ ଚାଲ ବୁଲିବା ବାହାରେ ଛାଡ଼ ଏ' ପୁରୁଣା ଘର |
ମାଆ ଦେଉଥିଲେ ଜଳଖିଆ ମୋତେ ଚୁଡ଼ା ମୁଢି ପିଠା ଖଇ,
ପତ୍ନୀ କହେ ମୋତେ ନୁଡୁଲ ଖୁଆଅ ବଡ଼ ହୋଟେଲକୁ ନେଇ |
ମାଆର ମମତା ସ୍ନେହ ତ୍ୟାଗ ପାଇ ହୋଇଥିଲି ସିନା ବଡ଼,
ପତ୍ନୀର କପଟ ପ୍ରେମ ଅତ୍ୟାଚାରେ ଭାଙ୍ଗିଯାଏ ହାଡ଼ଗୋଡ଼ |
