STORYMIRROR

Rasmita Behera

Comedy Tragedy Inspirational

3  

Rasmita Behera

Comedy Tragedy Inspirational

ସ୍ୱାମୀ ମୋ Single ଭାଗ-1

ସ୍ୱାମୀ ମୋ Single ଭାଗ-1

1 min
200

ବାହାଘର ମୋର ଠିକ୍ ହେବା ଶୁଣି

    ମନେ ଖୁସି ଭରି ଗଲା

ଫଟୋ ଉଠାଇବି ଭାବୀ ସ୍ୱାମୀ ସାଥେ

     ଭାବି ଭାବି ଦିନ ଗଲା....

ବେଦୀରେ ବସିଲି ସ୍ଵାମୀଙ୍କ ସାଥିରେ

     ହାତଗଣ୍ଠି ପକା ହେଲା

ମନେ ମନେ ବସି ଭାବୁଥିଲି ମୁହିଁ

    କ୍ୟାମେରା କୁଆଡ଼େ ଗଲା...?

ଦେଖିଥିଲି କେତେ ବିଭାଘର ବୁଲି

    କେମିତି ଉଠାନ୍ତି ଫଟୋ

ପାରିଲିନି ବୁଝି କାହିଁ ସ୍ୱାମୀ ମୋର

      ଏମିତି କରିଲେ ନାଟ....

ଦିନରେ ବୁଲେଇ ନେବାକୁ କହିଲେ

       ମନା ସେ କରନ୍ତି ଖାଲି

"ତୁ ଲିଚୁ ଲାଇଟି ଦେଖିବୁ ରାତିରେ

     ଖାଇକି ପନିର ଚିଲି".....

କିଛି ଦିନ ପରେ ସତ ମୁଁ ଜାଣିଲି

    ସ୍ୱାମୀଙ୍କର ମତି ଗତି

Facebook ଠାରୁ ସବୁ ଆଇ.ଡ଼ି ରେ

    Single ସେ ଲେଖିଛନ୍ତି.....

ସ୍ୱାମୀ ମୋର ଏତେ ନାଟକ କରିବେ

    ସ୍ୱପ୍ନରେ ଭାବି ନଥିଲି

ଦୁନିଆ ଆଗରେ ପରିଚୟ ମୋର

   ଲୁଚେଇ ଥିବେ ସେ ବୋଲି....

ସାଙ୍ଗ ସାଥି ଯଦି ପଚାରନ୍ତି ତାଙ୍କୁ 

    ମୁହିଁ ଯେ ତାଙ୍କର କିଏ

ଫଟା ଫଟ୍ ସିଏ ଉତ୍ତର ଦିଅନ୍ତି

    ଚାକରାଣୀ ମୋର ଇଏ......

ରାତି ଅଧ ଯାଏଁ ଫୋନ କୁ କେଞ୍ଚନ୍ତି

    ପ୍ରୋଜେକ୍ଟ କରୁଛି କହି

ସୁଧାରିବି ଏବେ ସ୍ୱାମୀଙ୍କୁ କେମିତି 

      ବୁଦ୍ଧି କିଛି ଦିଶୁ ନାହିଁ.....?


    ✍️ରଶ୍ମିତା ବେହେରା 

                (ବାଲେଶ୍ୱର)


 

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy