STORYMIRROR

Pramod Kumar Jena

Comedy Inspirational

3  

Pramod Kumar Jena

Comedy Inspirational

ଠାକୁରେ ଏ କି ନ୍ୟାୟ

ଠାକୁରେ ଏ କି ନ୍ୟାୟ

1 min
347

ଶହ ଶହ ପ୍ରାଣୀ      ସଂସାରେ ଅଛନ୍ତି

କାହାର ଖସିନି ଦାନ୍ତ

ବୁଢା କାଳେ ଖଣ୍ଡେ   ଆଖୁ ଖାଇବାକୁ

ଆମେ କିଆଁ ହନ୍ତସନ୍ତ


କାଉ କୋଇଲିର      କଳା କଳା ପର

କେବେ ତ ହେଲାନି ଧଳା

ଅଧା ବୟସରୁ       ଆମ ପିଲାମାନେ

କିଆଁ ହେଲେ କଳା ବୋଳା


କାଆ କାଆ ଡାକ     ରହିଲା ସେମିତି

ଚିର ଦିନ ତା ଗଳାରେ

ମଣିଷ ପିଲାର       ବଦଳୁଛି ସ୍ୱର

କିଆଁ ବାହାଘର ପରେ


ବଡ ଦେଉଳରେ      ବଡ ଠାକୁର ହେ

ଆମକୁ ଅନ୍ତର କଲ

ମଣିଷ ବୋଲି କି     ଶ୍ରେଷ୍ଠ ଜୀବ କହି

ଆମକୁ ଭଣ୍ଡାଇ ଦେଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy