STORYMIRROR

Rasmita Behera

Comedy Tragedy

2  

Rasmita Behera

Comedy Tragedy

ସ୍ୱାମୀ ମୋ Single #part-2

ସ୍ୱାମୀ ମୋ Single #part-2

1 min
104

ସଭିଙ୍କର କଥା ମାନିକରି ମୁହିଁ

       ମିଛ ଆଇ.ଡି ଟେ ଖୋଲି

ଲଭଲି ସୁଇଟ୍ ନାଆଁ ଲେଖି ଦେଇ

      ଫ୍ରେଣ୍ଡ ରିକ୍ୟୁଏଷ୍ଟ କଲି ...

କିଛି କ୍ଷଣ ପରେ ଦେଖିଲି ସ୍ୱାମୀ ମୋ 

      ଫ୍ରେଣ୍ଡ ହୋଇ ସାରିଛନ୍ତି 

ଗୋଲାପ ସାଙ୍ଗରେ Hi ମେସେଜ୍ ସେ

       ଲଭଲିକୁ କରିଛନ୍ତି.... 

ତାଙ୍କ ମେସେଜ୍ ର ପ୍ରତ୍ୟୁତ୍ତର ଦେଲି

      ମିଠା ମିଠା କଥା ଲେଖି

ପାଦ ତଳୁ ମୋର ମାଟି ଖସିଗଲା

     ସ୍ୱାମୀଙ୍କ ଉତ୍ତର ଦେଖି.... 

କହିଲେ ସ୍ୱାମୀ ମୋ ଲଭଲି ସୁଇଟ୍ 

     ଫଟୋ ଗୋଟେ ତୁମ ଦିଅ

 ନେଟରୁ ବାଛି ମୁଁ ଫଟୋ ପଠେଇଲି 

     ଗୋଟିଏ ସୁନ୍ଦରୀ ଝିଅ.... 

"ଦେଖିବାକୁ ତୁମେ ଅପ୍ପଶରୀ ପରି

     ଗୋଟିଏ ଚାଉଳେ ଗଢା

ପ୍ରେମ ନିବେଦନ କରିବି ତୁମକୁ 

    ପ୍ରେମ ଦର ମୋର ଚଢ଼ା"...

ଲଭଲି ହୋଇ ମୁଁ ତାଙ୍କୁ ପଚାରିଲି 

      ବାହା ହେଲ ତୁମେ କେବେ ?

ସଙ୍ଗେ ସଙ୍ଗେ ସ୍ୱାମୀ ଉତ୍ତର କରିଲେ

      "Single ମୁଁ ପରା ଏବେ....

ମେସେଜ୍ କରିଲି ସ୍ୱାମୀଙ୍କୁ ମୋହର

      ବିବାହ କରିବ କେବେ ?

କାନ୍ଦ ଷ୍ଟିକରକୁ ପଠେଇ କହିଲେ

   ତୁମେ ରାଜି ହେବ ଯେବେ...

ଦେଖିଲି ସ୍ୱାମୀ ମୋ ରାତି ଅଧ ଯାଏଁ 

     Project କରନ୍ତି ନାହିଁ 

ସୁନ୍ଦରୀ ଝିଅଙ୍କୁ ପ୍ରେମରେ ଫସେଇ

    ମୋତେ ବା ଖୋଜିବେ କାହିଁ....

ଆମ ଦୁହିଁଙ୍କର କପୁଲ ଫଟୋଟେ

     ଭଉଣୀ ମୋ ଥିଲା ମାଗି 

ହେଲେ ସ୍ୱାମୀ ମୋର କ୍ୟାମେରା ଦେଖିଲେ

      କ୍ଷଣକେ ଯାଆନ୍ତି ରାଗି....

ମାଗିଲେଣି ସେ ଲଭଲିର ନମ୍ବର

       ଡେଟିଙ୍ଗ୍ କୁ ଯିବା ପାଇଁ 

କଅଣ କରିବି ଚିନ୍ତା ରୋଗ ମୋର

     ହୃଦୟ ଗଲାଣି ଛୁଇଁ ...।।


    ✍️ରଶ୍ମିତା ବେହେରା 

             (ବାଲେଶ୍ୱର)


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy