STORYMIRROR

Rasmita Behera

Tragedy Inspirational

3  

Rasmita Behera

Tragedy Inspirational

ମରିଗଲା ମାନବିକତା

ମରିଗଲା ମାନବିକତା

1 min
237

ପାଟି ସିନା କଥା କହି ପାରେ ନାହିଁ 

    କଷ୍ଟ କିନ୍ତୁ ତାଙ୍କୁ ହୁଏ

ଭୋକ ବିକଳରେ ଖାଦ୍ୟ ମାଗେ ସିନା

     ହେଲେ ଖାଲି ମାଡ ଖାଏ...


ଦେହର କଷ୍ଟକୁ ସହିପାରେ ନାହିଁ 

   ଗୋଟେ ସ୍ଥାନେ ପଡି ରହି

କାହିଁ ମାଗୁ ଥିଲା ଭାତ ଗଣ୍ଡେ ଦିଅ

   ଦୁଃଖ ବୁଝି ଲେନି କେହି..


ଖାଦ୍ୟ ବଦଳରେ ମାଡ ମାରି ତାକୁ 

   ଛାଡନ୍ତି ଦ୍ୱାର ବାହାରେ

ଭୋକର ଦାଉ ଠୁ ବଳି ଗଲା ଇଏ

  ସହି ପାରେ ନାହିଁ ବାରେ..


ପଶୁଙ୍କ ଉପରେ କାହିଁ ଏ ମଣିଷ

   ହୁଏ ଅମଣିଷ ପରି

ନିର୍ଦ୍ଦୟ ହୋଇକି ଆଘାତ ଦିଅନ୍ତି 

   ଆଖିରେ ତା ଅଶ୍ରୁ ଭରି...


ଧନ୍ୟ ଏ ଦଇବ ଶ୍ରେଷ୍ଠ ଜୀବ ରୂପେ 

   ମଣିଷଙ୍କୁ ବାଛିଥିଲା

ସଭିଙ୍କ ଆଖିର ଲୁହକୁ ପୋଛିବେ

  ହେଲେ ଇଏ କଣ ହେଲା ?


ହୀନ ମାନସିକତା ଆଜିର ସମାଜେ

   ଦେଖି ଲାଗେ ଭାରି ଦୁଃଖ 

ପଶୁଙ୍କ ଆଖିରେ ଲୁହ ଯିଏ ଦିଏ

   ଅଦିନେ ଲିଭେ ତା ସୁଖ...


ମରିଗଲା ମାନବିକତା ସମାଜେ

   ନିରିମାୟା ପଶୁ ପାଇଁ

ଦଇବ ଜନମ ଦେଲା ତାଙ୍କୁ କିଆଁ

  ବୁଝି କିଛି ହେଉ ନାଇଁ..।।

   

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy