STORYMIRROR

Rasmita Behera

Tragedy Inspirational

3  

Rasmita Behera

Tragedy Inspirational

ସ୍ୱାମୀ ମୋ ସିଙ୍ଗଲ୍ #ଭାଗ-7

ସ୍ୱାମୀ ମୋ ସିଙ୍ଗଲ୍ #ଭାଗ-7

1 min
192

#Part-7
ଲଭଲି ହୋଇକରି ଉତ୍ତର ଦେଲି
     ଡାକ୍ତରଖାନାରେ ଏବେ
ବ୍ୟସ୍ତ ହୁଅ ନାହିଁ କଲ ମୁଁ କରିବି
    ଫାଙ୍କା ହେବି ପ୍ରିୟ ଯେବେ...

ପ୍ରେମିକ ରୂପରେ  ପାଇଛି ତୁମକୁ 
     ମୁହିଁ କେଡେ ଭାଗ୍ୟବତୀ
ପର ଦୁଃଖ ଦେଖି ଯାହା ହୃଦ କାନ୍ଦେ
     ସିଏ ହେବ ମୋର ପତି...

କହିଲି ସ୍ୱାମୀଙ୍କୁ ଦେଖା ହେବ ଆମ 
      ଭଲ ହୋଇଯାଉ ଭାଇ
ସ୍ୱପ୍ନରେ ଆସିବି ତୁମର ଆଜି ମୁଁ
    ଶୋଇ ପଡ ଖାଇ ଦେଇ.... 

ମନେ ମନେ ପୁଣି ଭାବୁଥିଲି ମୁହିଁ 
       ଟଙ୍କା ଆଉ ମାଗିବିନି
କାଳେ ସ୍ୱାମୀ ଯଦି ସନ୍ଦେହ କରିବେ
       ଭାବିବେ ମୁଁ ବେଇମାନୀ...

"ମିସ୍ ୟୁ" ଲେଖି ମୁଁ  ପଠାଇଲି ତାଙ୍କୁ 
      ସାଥୀରେ ଗୋଲାପ ଫୁଲ 
ସ୍ୱାମୀ ମୋର ହୃଦ  ଷ୍ଟିକର ସହିତ
       ଶୁଝି ଦେଲେ ପ୍ରେମ ମୂଲ.. 

ଆହୁରି କହିଲେ  ଲଭଲି ମୋହର 
       ଯତ୍ନ ତୁମ ନେଉଥିବ
ଡାକ୍ତରଖାନାରେ ମଶା ଯେ ପ୍ରବଳ 
      ଦେଖି ଚାହିଁ ଶୋଉଥିବ...

ମନ କଷ୍ଟ ଆଦୌ  କରିବନି ଜମା
    ପାଖେ ପାଖେ ମୁହିଁ ଅଛି
ଭଲ ମନ୍ଦ ତୁମ   ବୁଝିବି ଏଥର
   ଖୁସିକୁ ଆଣିବି ବାଛି.....
   
ପର ଝିଅ ପାଇଁ  ସ୍ୱାମୀଙ୍କର ବହେ 
       ହୃଦୟରେ ବହୁ ବ୍ୟଥା
ସହଧର୍ମିଣୀର  ଦୁଃଖ  ନ ଶୁଣନ୍ତି    
      ପଚାରିବା ଦୂର କଥା....।।

      ✍️ରଶ୍ମିତା ବେହେରା 
                  (ବାଲେଶ୍ୱର)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy