STORYMIRROR

Mahendra Kumar Swain

Tragedy Others

4  

Mahendra Kumar Swain

Tragedy Others

ମିଛୁଆ ବାପା

ମିଛୁଆ ବାପା

1 min
230


ବାପା ତୁମେ କେତେ ମିଛ କଥା କୁହ

ହୁଏନି ଭୋକ ତୁମକୁ

ନିଜ ପେଟେ ପଛେ ଭୋକେ ଜଳୁଥାଉ

ଖାଇବା ଦିଅ ଆମକୁ

ନିଜ ପୋଷାକ ରେ କେତେ କଣା ଥାଏ

କିଣ ନାହିଁ ନୂଆ କେବେ

ଆମ ପାଇଁ ଆଣ ନୂଆ ସବୁବେଳେ

ଚିରି ଯାଏ ଯଦି କେବେ

ଚପଲ ଆମର ଛିଡି ଯଦି ଯାଏ

ନୂଆ ଆଣ ଆମ ଛିଣ୍ଡା ଚପଲ କୁ ସିଲେଇ କରିକି ରଖିଦିଅ ନିଜ ପାଇଁ

ବାହାରକୁ ଯଦି ବୁଲି କେବେ ଯାଅ

ନିଜ କଥା ଦେଖ ନାହିଁ

ଆମ ପାଇଁ ଆଣ ନୂଆ ଜିନିଷ ତ

କୁହ ମୋର ଲୋଡ଼ା ନାହିଁ

ଜାଣିଦବୁ ବୋଲି ତୁମ ଦୁଃଖ କେବେ

ଆଖି ତୁମ କାନ୍ଦେ ନାହିଁ

ଆମ ସୁଖ ପାଇଁ ନିଜକୁ ଜଳୁଛ

ଆମ ଓଠେ ହସ ପାଇଁ

ଯଦି କେଉଁ କଥା ମାଗିଦିଏ କେବେ

ମନା କେବେ କର ନାହିଁ

ଶରୀର କୁ ତୁମ କଷ୍ଟ ଦେଇଚାଲ

ଆମ ମୁହେଁ ହସ ପାଇଁ

ଦରମା ତୁମର ଅଳପ ହେଲେବି

କର ନାହିଁ ମନ ଦୁଃଖ

ଆମ ପାଇଁ ନିଜ ଜୀବନକୁ ଜାଳି

ସହି ଯାଅ ସବୁ ଦୁଃଖ

କେତେ ମିଛ କୁହ ହସ ଦବା ପାଇଁ

ଆମ ମୁହେଁ ସବୁବେଳେ

କେବେ ତୁମ ଋଣ ସୁଝି ପାରିବୁନି

ଥିବା ଯାଏଁ ମହିତଳେ

ମନ୍ଦିର କୁ ଯାଉ ପୂଜା କରିବକୁ

ଦେଖିବାକୁ ଭଗବାନ

ଜାଣି ନଥିଲୁ ଯେ ବାପା ପରା ମୋର

ମୋ ପାଇଁ ଭଗବାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy