STORYMIRROR

kamal kumar dash

Tragedy

4  

kamal kumar dash

Tragedy

ଆସୁ ଥାଅ ସପନରେ

ଆସୁ ଥାଅ ସପନରେ

1 min
308


ଆଉ ଥରେ ସାଥି  ଆସନ୍ତ କି ତୁମେ 

  ମନ ଉପବନେ ମୋର 

ଇଚ୍ଛା ହୁଏ ଭାରି  ଦେଖିବାକୁ ତୁମେ 

   ଗଲା ଦିନ ଅତୀତର (1)

ମନ ହୁଏ ମୋର  ନିଦୁଆ ଆଖିରେ 

   ପରୀ ଟିଏ ହୋଇ ଆସ 

କିଛି କହିଦିଅ   ଆସି ଛୁଇଁ ଯାଅ 

   ଅବା ଆସି ପାଖେ ବସ(2)

ବଂଚିବାର ମାନେ  ଖୋଜି ମୁଁ ପାଉନି  

   ସାଥି ଆଜି ତୁମ ବିନା 

ଚାରି ଆଡେ ଆଜି ଖାଲି ଖାଲି ଲାଗେ 

   ସାଥି ଆଜି ତୁମ ବିନା(3)

ତୁମ ପାଇଁ ସିନା ପ୍ରେମ ମାନେ ଖାଲି 

  ଖେଳ ଘର ବାଲି ଘର 

ମୋ ପାଇଁ ପ୍ରେମର  ମାନେ ତୁମ ପ୍ରୀତି 

  ସାଥି ମୋର ଜୀବନର (4)

ସତରେ କେବେବି ଆସ ବା ନ ଆସ 

  ଆସୁ ଥାଅ ସପନରେ 

ଆମରି  ପ୍ରୀତିର ସେ ବାଲି ଘରକୁ 

  ଗଢେ ମୁଁ ତ ସପନରେ (5)  


Rate this content
Log in

Similar oriya poem from Tragedy