STORYMIRROR

Er.Sasanka Sekhar Panda

Romance Tragedy

4  

Er.Sasanka Sekhar Panda

Romance Tragedy

ଅବ୍ୟକ୍ତ ଯନ୍ତ୍ରଣା

ଅବ୍ୟକ୍ତ ଯନ୍ତ୍ରଣା

1 min
1.9K

ଲେଉଟା ଅତୀତ ଆଉଟା ହୃଦୟେ

ସ୍ମୃତିର ଆହୂତି ଜାଳେ

ଜୀବନ ସାରଣୀ ଲୁଚି ଲୁଚି ଯାଏ

ବହଳ ଅନ୍ଧାର କୋଳେ ।(୧)

ଦିଗହରା ସାଜେ ବସନ୍ତ ମଳୟ

ନ ଛୁଇଁ ଫୁଙ୍ଗୁଳା ଦେହ

ସୁଖର ପ୍ରାସାଦ ଭୁଶୁଡ଼ି ପଡ଼ିଛି

ଛାତିରେ ମେଞ୍ଚାଏ କୋହ ।(୨)

ଉତ୍କଣ୍ଠା ସୋପାନେ କଳଙ୍କିତ ଦାଗ

ପ୍ରତୀକ୍ଷାର ପରାଜୟ

ଜରାଜୀର୍ଣ୍ଣ ହୁଏ ମନର ଭାବନା

ଯନ୍ତ୍ରଣାକୁ କରି କ୍ରୟ ।(୩)

ଟୋପାଏ ଲୁହକୁ ପିଇ ଗଲା ଓଠ  

ଅଭିମାନ ଯେତେ ଫିଙ୍ଗି

ଟୁକୁରା ଟୁକୁରା ବାଡ଼ି ଦରଜାରେ

ପଡ଼ିଛି ଆଇନା ଭାଙ୍ଗି ।(୪)

ଦୂରେଇ ଗଲେଣି ବାରୁଣୀ ତପନ

ଜହ୍ନକୁ ଡାକରା ଦେଇ

ମଉଳା ସଞ୍ଜରୁ ପାହାନ୍ତି ସପନ

ଉଜାଗରେ ରହେ ଚାହିଁ ।(୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance