ବନ୍ଦୀର ଡାକରା
ବନ୍ଦୀର ଡାକରା
ଜୀବନ ଜଞ୍ଜାଳ
ତେଲ ଲୁଣ ଘର।
ସୁଖ ଦୁଃଖ ସଖା
ନିଜର ସଂସାର ।।୧।।
ମାନ ଅଭିମାନ,
ସବୁ ତା ନିଜର ।
ଉଚ୍ଚ ଆଶା ବୃତ୍ତି
ଅଟଇ ସଂସ୍କାର ।।୨।।
ଜ୍ଞାନର ଆଲୋକ
ନିଜ ନିଷ୍ଠାପର ।
ସାଧନା ପଥକୁ
କର ଅକ୍ତିଆର ।।୩।।
ସାଧନା ଯୁଦ୍ଧରେ
ହୁଅ ଆଗ ଭର।
ଦେଇ ରକ୍ତ ମାଂସ
ଜୀବନ ନିଜର ।।୪।।
ଜାତି ଦେଶ ପାଇଁ
ସମ୍ପର୍କଟା ପର ।
ନିର୍ଦୋଷ ପାଇଁ କି
ଦୋଷୀ କାରାଗାର ।।୫।।
ଖଟିଖିଆ ଆମ,
ଶ୍ରମିକ ଭାଇର ।
ନ୍ୟାର୍ଯ୍ୟ ଦାବି ପାଇଁ
ଶୁଣୁ ନାହିଁ ଏଠି ସରକାର ।।୬।।
ଅସହ୍ୟ ହେଲାଣି
ଯନ୍ତ୍ରଣା ଦେହର ।
ଲାଠିମାଡ ପୁଣି,
ପୋଲିସ ର ଶତ ପ୍ରହାର ।।୭।।
ମିଳେ ନାହଁ ଏଠି,
ସମ୍ମାନ, ଆଦର ।
ମଣିଷର ଜାତିକୁ
କରି ହତାଦର ।।୮।।
ଦୁରନ୍ତରୁ ଆଜି,
ବିପ୍ଲବୀ ଆମର ।
ବନ୍ଦୀର ଡାକରା,
କରୁଛି ଚିତ୍କାର ।।୯।।
***