STORYMIRROR

Tapaswini DashSarangi

Tragedy Inspirational

4  

Tapaswini DashSarangi

Tragedy Inspirational

ବାକି ରହିଗଲା ଅନେକ କଥା

ବାକି ରହିଗଲା ଅନେକ କଥା

1 min
375

ବାକି ରହିଗଲା ଅନେକ କଥା

ଛାତିରେ ଦେଲା ସେ ଅସହ୍ୟ ବ୍ୟଥା

ମନ କାନଭାସେ ପଡିଲା ନଥା।

ସମୟ ଦେଲାନି ସୁଯୋଗ ତାକୁ

ଲୁହରେ ଫାଟିଲା ପଥର ବୁକୁ

ଅକୁହା କଥା କହି ନ ପାରି ତାକୁ।

ମନ ରେ ଥିଲା ଅନେକ ଆଶା

କହିଦେଲେ ହେବି ନାହିଁ ନିରାଶା

ତଥାପି କାହିଁକି ଭାଙ୍ଗିଗଲା ଭରସା।

ପ୍ରତିଶ୍ରୁତି କେତେ ଭରିଲ ମନେ

ବାଟବଣା ହେଲି ଭ୍ରମ ର ବନେ

ଆଖି ଭରିଥିଲା ତୁମ ସପନେ।

ମରଣ ବୋଧେ ମୋତେ ଭଲ ପାଇଲା

ମାତୃଭୂମି ପାଇଁ ଜୀବନ ଗଲା

ଅଦିନରେ କାଳ ଆପଣା ହେଲା।

କଥା ଦେଲି ପ୍ରିୟା ମନେ ରଖିବ

ଆର ଜନମରେ ନିଶ୍ଚେ ଭେଟିବ

ସାତ ଜନମକୁ ହାତ ଧରିବ।

ଶେଷ ଥର ଦେଖି ନପାରି ପ୍ରିୟା

ଫାଟି ଗଲା ଦେଖ ମୋହର ହିଆ

ଅଶାନ୍ତ ଆତ୍ମା ମୋ ହେଲା ବାଇଆ।

ମୃତ୍ୟୁର କୋଳ ରେ ଶୋଇକି ଆଜି

ମାତୃଭୂମି ପାଇଁ ଜିଣିଲି ବାଜି

ଦୁଃଖ ଲାଗେ ତୋ ପାଇଁ ଗଲି ମୁଁ ହଜି।

କ୍ଷମା ଦେବୁ ମୋତେ ମୋ ପ୍ରିୟର ପ୍ରୀୟା

କେମିତି ବାହିବୁ ଜୀବନ ଦରିଆ

ଉଜାଡି ଦେଲା ଏ ଦୁଃଖ ବାଆ।

ମୋ ପାଇଁ ତୁହି ଗର୍ବ କରିବୁ

ଜୀବନ ନାଆ କୁ ଆଗେଇ ନବୁ

ଆଖି କୁ କେବେ ତୁ ଲୁହ ନଦେବୁ।

ପଣ ଦେଉ ଅଛି ମନେ ରଖିଥା

ବାକି ରହିଗଲା ଅନେକ କଥା

ଆର ଜନମରେ ପୁରା କରିବା।

ଯାଉଛି ଏବେ ଲୋ ଆର ପାରିକି

ଯମ ପଠାଇଲା ମୃତ୍ୟୁ ପାଲିଙ୍କି

ଜୟହୀନ୍ଦ୍ ର ନାରା ଦେଇକି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy