STORYMIRROR

Sarojini Behera tiki

Romance Tragedy

4  

Sarojini Behera tiki

Romance Tragedy

ଉଆଁସୀ କନ୍ୟା

ଉଆଁସୀ କନ୍ୟା

1 min
391


ଜନ୍ମ ହୋଇଛି ମୁଁ ଉଆଁସ ତିଥିରେ

କାଳ ଗ୍ରହ ସାଥେ ନେଇ

ଭାଗ୍ୟ ମୋ ପାଇଁ ସାଜିଛି ବଇରି

ଲୁହ ଖାଲି ଯାଏ ବହି।


ନା ଅଛି ଭାଗ୍ୟରେ ସାଥି ମୋର କେହି

ନା ଅଛି କିଛି ବି ଶୁଭ

ମୁଣ୍ଡ ପିଟି ଯଦି କ୍ଷତାକ୍ତ ମୁଁ ହେବି

କିଅବା ମିଳିବ ଲାଭ।


କଳା ଅନ୍ଧକାରେ ଫଟା କପାଳକୁ

ସାଥିରେ ଚାଲିଛି ଵୋହି

ଘର କରିବାକୁ ବସା ବାନ୍ଧିବାକୁ

ପାରୁନି,ସାହସ ମୋର ଜୁଟାଇ।


ଯେବେ ଦେଖେ ମୁହିଁ ସାଥିକୁ ମୋ ନେଇ

ପ୍ରେମପୂର୍ଣ୍ଣ ଏକ ସ୍ୱପ୍ନ

ମନେ ପଡିଯାଏ ଉଆଁସୀ କନ୍ୟା ମୁଁ

ଜୀବନ ଟା ମୋର ଶୂନ୍ୟ।


ଇଚ୍ଛା ପକ୍ଷୀ ମୋର ତଳେ ପଡ଼ିଯାଏ

ଭାଙ୍ଗିଯାଏ ତାର ଡେଣା

ଉଡିବାର ଆଶା ନିରାଶା ହୁଏ ରେ

ବସେ ମନ କରି ଊଣା।


ମତେ ନେଇ ସ୍ୱପ୍ନ ଦେଖେ ମୋର ପ୍ରେମୀ

ପାରୁନି ତାଙ୍କୁ ବୁଝାଇ

ଏମିତି ତିଥିରେ ଜାତ ଯେ ହୋଇଛି

ପାରିବିନି ସାଥି ହୋଇ।


ଯେତେ ବୁଝାଇଲେ ସିଏ ବି ଅବୁଝା

ଧରିବେ ମୋହର ହାତ

ସାଥି ହୋଇ ମୋର ଚାଲିବେ ଏକାଠି

ଜୀବନର ଚଲାପଥ।


ହେଲେ ଅଭାଗିନୀ ଗୋଟେ ହିନୀମାନି

ହୋଇ ପାରିବିନି ସାଥି

ଚାହୁଁନି ମୁଁ କେବେ ଅଧା ବାଟେ କଟୁ

ସମ୍ପର୍କ ଆମ ଏମିତି।


ଭୁଲ ବୁଝିବନି ପ୍ରିୟତମ ମୋର

ଭାବିବନି ଦେଲି ଧୋକା

ଭଲ ପାଉଛି ମୁଁ ହୃଦୟ ସହିତ

ତଥାପି ଜିଉଁଛି ଏକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance