ନିଜ ରକତ ଯେବେ ହୁଏ ପର
ନିଜ ରକତ ଯେବେ ହୁଏ ପର
ନିଜ ରକତ କରିଦେଇଛି ଆଜି ପର,
ଟିକେ ସାହାରା ପାଇଁକି ହଉଛି ଆଜି ମୁଁ ବାର ଦୁଆର ।
ନାହିଁ କହିବାକୁ କେହି ଟିକେ ଆହାଃ.,
ଏଇ ଦୁନିଆରେ କେହି ନାହିଁ ମୋର ସାହା ।
ଭଙ୍ଗା ଗୋଡ ସାଥେ ଆଉ କେତେ ଯେ ଯନ୍ତ୍ରଣା,
ଜୀବନ ସଂଘର୍ଷର ପାଇଗଲି ପାଉଣା ।
ଅଧା ବାଟରେ ମଥାର ସିନ୍ଦୁର ଛାଡ଼ିଚାଲି ଗଲା
ଲୁହର ଜୁଆର ବାଟ ମୋ ଓଗାଳିଲା ।
ଭାଗ୍ୟକୁ ଆଦରି ରହିଛି ମୁଁ ପଡି.,
ଜାଣିନି କେବେ ଯିବ ମୋ ପ୍ରାଣ ବାୟୁ ଉଡି ।
ବଞ୍ଚିଲେ ବଞ୍ଚିବି, ମରିଲେ ମରିବି.,
ଆଉ ନାହିଁ ମୋର କିଛି ରାହା ।