STORYMIRROR

Sarojini Behera tiki

Tragedy

4  

Sarojini Behera tiki

Tragedy

କଲଙ୍କର ଛିଟା

କଲଙ୍କର ଛିଟା

1 min
393


ଶୂନ୍ୟ ଆକାଶର ଉଆଁସୀ ଜହ୍ନ ମୁଁ

ବୋହି ଚାଲେ କଲଙ୍କର ଦାଗ

ବେଳେବେଳେ ଅସହ୍ୟ ହୁଏ,

ଅନୁରୋଧ କରେ ଅସୁମାରୀ ମେଘକୁ

ଥରେ ମତେ ଭିଜେଇ ଏ

ଦାଗକୁ ଧୋଇଯାଅ।


ବହୁବାର ଅନୁରୋଧ କରିଛି

ଆଖିର ଲୁହକୁ

ଆଖିରୁ ବାହାରି ତୋର କ୍ଷୁଦ୍ର

ଜଳରାଶିରେ ଲିଭେଇଦେ

ଏ କଳଙ୍କର କିଛି ଛିଟା ।


ନିରୋଳାରେ ବସି ଗଙ୍ଗାନଦୀ କୂଳେ

କହିଥିଲି,ତୋର ପବିତ୍ରତା ରେ

ମତେ ଟିକେ ସ୍ପର୍ଶ କରି

ଏ ଦେହେ ଲାଗିଥିଲା କଳଙ୍କକୁ

ଭସେଇ ନେଇ ଯା।


ମୋ ଅନୁରୋଧ ଶୁଣି ମେଘ

ବର୍ଷିବା ଛାଡିଦେଲା,

ଲୁହ ଝରିବା ଭୁଲି ଗଲା,

ନଦୀ ବି ତାର ଗତିପଥ

ବଦଳେଇ ଚାଲିଗଲା

ସମସ୍ତେ ହୋଇଲେ ନିରବ

ଅଚିହ୍ନା ଅଜଣା।


ପଥର ପଡିଲେ ସହ୍ୟ ହେଉଥିଲା

ପତର ଆଜି ଅସହ୍ୟ

ଏ ନିର୍ଜନ ଗଭୀର ନିରବତା

ଜାଳୁଅଛି ଅନୁତପ୍ତ ନିଆଁରେ

ଯେପରି ସମସ୍ତେ ମତେ 

ଅଟ୍ଟହାସ୍ୟ କରି କହୁଛନ୍ତି

ତୁ କଳଙ୍କିନୀ ବୋଲିଛୁ

କଳଙ୍କର ଛିଟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy