STORYMIRROR

Writer Roja Panda

Tragedy Inspirational

4  

Writer Roja Panda

Tragedy Inspirational

ଆସ ହେ ଗାନ୍ଧିଜୀ ଆଉ ଥରେ

ଆସ ହେ ଗାନ୍ଧିଜୀ ଆଉ ଥରେ

1 min
283


ମହାତ୍ମା ପୁରୁଷ ଗାନ୍ଧୀ ଥିଲେ ଦିନେ

ଆମରି ଜାତିର ପିତା

ଦେଉଥିଲେ ସଦା ଶାନ୍ତିର ବାରତା

ଥିଲେ ସେ ଜଗତଜିତା ।।

କୁଟି ଖାଇ,କାଟି ପିନ୍ଧିବା ପାଇଁ କି

ଦେଉଥିଲେ ପରାମର୍ଶ

ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ

ଦେଖାନ୍ତେ ଅପର ପାର୍ଶ୍ୱ ।।

ସତ୍ୟାଗ୍ରହ କରି ଛଡାଇ ଆଣିଲେ

ଆମରି ଶାସନ ଭାର

ତିଳେ ହେଁ କାତର ନକରି ସହିଲେ

କଳାପାଣି,କାରାଗାର ।।

ଶେଷରେ ବ୍ରିଟିଶ ମୁଣ୍ଡ ନୁଆଁଇଲେ

ତାଙ୍କ ଆନ୍ଦୋଳନ ଦେଖି

ଛାଡି ପଳାଇଲେ ମୁଲକ ଆମର

ଇତିହାସ ତାର ସାକ୍ଷୀ ।।

ଆଜି ସିନା ଆମେ ଗାନ୍ଧୀ ଜୟନ୍ତୀରେ

ପାଳୁଛୁ ଗାନ୍ଧୀଙ୍କ ଜନ୍ମ 

ଗାନ୍ଧୀଙ୍କ ବାରତା ମନୁ ଭୁଲି କିନ୍ତୁ 

କରୁଛୁ ଅସତ୍ୟ କର୍ମ ।।

ଗାନ୍ଧୀଗିରି ଏବେ ଚଳୁନାହିଁ ଆଉ

ଅହିଂସା ଗଲାଣି ଲୁଚି

ହିଂସା,ଅହଂକାର ଉତ୍ପାତ ଚାଲିଛି

ଧର୍ମ କାନ୍ଦେ ମୁଣ୍ଡ ପିଟି ।।

ସତ୍ୟ,ଶାନ୍ତି ସବୁ ଲୁଚିଯାଇଅଛି 

ଅସତ୍ୟ କୁହୁଡ଼ି ତଳେ

ପାପ ଖାଲି ପାପ ତାଣ୍ଡବ କରୁଛି

ଘରେ ଘରେ ପୁରେ ପୁରେ ।।

ଆସ ହେ ମହାତ୍ମା ଆଉଥରେ ଆସ

ସାଜି ଆମ ପୁଜ୍ଜ୍ୟ ପିତା

ସତ୍ୟ,ଅହିଂସାର ମଞ୍ଜି ବୁଣିଦିଅ 

ଡାକୁଛି ଭାରତ ମାତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy