Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Laxman Kumar Behera

Tragedy Romance

3  

Laxman Kumar Behera

Tragedy Romance

ବିରହ ଭାବନା

ବିରହ ଭାବନା

1 min
463


 


ପ୍ରତି ମୂହୁର୍ତ୍ତରେ ସଖୀ ମୋ ଭାବନା ରାଜ୍ଯରେ 

ମୁଁ ତୁମକୁ ହିଁ ଖୋଜୁଥାଏ, 

ନିରବରେ - ବିରହର ଭାବନା ଭିତରେ 

ହାତରେ କଲମ ଧରିଲେ ଜୁଆର ହୋଇ ତମେ ମାଡି ଆସ

ସେବେ ମୁଁ ରୋମାଣ୍ଟିକ୍ କବିତା - ଗଳ୍ପ ଅନେକ ଲେଖିଥାଏ ।

କୁହ ତ !!! କେମିତି ମୁଁ ତମକୁ ଭଲ ନପାଏ ?


ଶପଥ କରି ତମେ କୁହ ଥରେ - 

ଦେଇ ମୋତେ ପାରିବ କି ପ୍ରେମ ରସ ମୁନ୍ଦେ,

ଯେଉଁ ରସେ ଥିବ ଶାନ୍ତି - ମୁକ୍ତି - ପ୍ରୀତି

ବାରବାର ପିଉଥିବି ଆଜନ୍ମ - ଆନନ୍ଦେ ।


ଶେଷ ଇଚ୍ଛା ଅଛି ସଖୀ ପଶ୍ଚିମ ଜୀବନେ

ଶୋଇବାକୁ ତୁମ ସହ ନିଘୋଡ ନିଦରେ - ମୃତ୍ୟୁର ଶେଯରେ,

ମୁଁ କଥା ଦେଉଛି ତୁମେ କଥା ଦିଅ

ମୋ ସହ ପାରିବ କି ଚାଲି ଏଇ ଜୀବନ ବାଟରେ - ଜୀଇଁ ଥିବା ଭିତରେ 

ପୃଷ୍ଠା ପରେ ପୃଷ୍ଠା ଓଲଟାଇ ସ୍ମୃତିର ଡାଏରୀରେ ଲେଖି ପାରିବ କି ଆମର ସଂଘର୍ଷମୟ ଜୀବନ କାହାଣୀ 

ସାଇତିକି ରଖି ପାରିବକି ପ୍ରେମକୁ ମୋହର, ଜୀବନ ତମାମ୍ ହୃଦୟର ନିଭୃତ ଇଲାକାରେ .... ?


ପ୍ରିୟସଖୀ -

ବଞ୍ଚିବାକୁ ଜମା ଇଚ୍ଛା ନାହିଁ ଏ ଧରାରେ ଆଉ,

ଏତେ ଘୃଣା, ଏତେ ନିନ୍ଦା - ଅପମାନ ଦେଲ 

କଲ ପୁଣି ସନ୍ଦେହ - ହୃଦୟରୁ ବହିଷ୍କାର 

ମୁଁ ତୁମକୁ ଏତେ ଭଲ ପାଉ ପାଉ ....



Rate this content
Log in

Similar oriya poem from Tragedy