ଶେଷ ନିବେଦନ
ଶେଷ ନିବେଦନ
ସବୁଦିନ ପାଇଁ
ତୁମ ସହରକୁ ଛାଡି
ମୁଁ ଚାଲି ଯାଉଛି ସଖୀ ମୋ ଗାଆଁକୁ,
ସେଇଠି ଜୀବନ ବିତେଇବି
ଜୀଇଁ ଥିବା ଯାଏଁ
ଆଉ କେବେ ଫେରିବିନି ତୁମ ପ୍ରିୟ ସହରକୁ ।
ଅନ୍ଯ କାହା କଥାରେ ପଡି
ମୋତେ ପ୍ରତାରଣା କଲ
ଫେସବୁକ୍, ଫୋନ୍ କଲ୍, ହ୍ବାଟସଆପ୍ ବ୍ଲକ୍ କରି ସର୍ବ ସମ୍ମୁଖରେ ମୋତେ ଅପମାନ ଦେଲ ।
ଯେଉଁ ମାନଙ୍କୁ ତୁମେ ବନ୍ଧୁ ଭାବି କରିଛ ବିଶ୍ବାସ,
ସେମାନେ ସକଳେ ତୁମଠୁ ଆଶା କରିଛନ୍ତି ପାଇବାକୁ ଦେହ, ଯୌବନ ର ସୁଖ - ସ୍ପର୍ଶ
ସେମାନଙ୍କୁ ତୁମେ ଶେଷରେ ବିଶ୍ବାସ କଲ
ମୋର ଜାଳିଲ ଅନ୍ତର,
ଆଜି ଭାରି ଏକା ଏକା ଆଉ ଦୁଃଖ ଲାଗେ
ବୁଝି ପାରିଲନି ବୋଲି ହୃଦୟକୁ ମୋର ।
ମୁଁ ଭୁଲି ପାରିବିନି ମୋ ପ୍ରଥମ ପ୍ରେମକୁ
ଯେଉଁ ହୃଦୟରେ ପୂଜା ପାଅ ତୁମେ ରାଧା,
ଅନନ୍ତ ସମୟ ଯାଏଁ
ଥିଲ ଥିବ ହୃଦୟର ପ୍ରିୟ ଭାବନା ଭିତରେ
ମୁଁ କେବେବି ବଦଳିବିନି ସମୟ ପରି ତୁମ ଭାବନାରେ ପ୍ରତିଟି ମୁହୂର୍ତ୍ତ ବଞ୍ଚୁଥିବି
ପାଏ ଯାହା ନିନ୍ଦା ଅପମାନ ଅବା ଅସୁବିଧା •••
ଶେଷ ନିବେଦନ ମୋର ଶୁଣ ପ୍ରିୟସଖୀ
ଲୁହ ନିଗାଡେ ମୁଁ ଆଜି ତୁମ ବିରହରେ - ନିରବ ଯନ୍ତ୍ରଣା ଭିତରେ,
ହେଲେ; ତୁମେ କେବେ ଜଳିବନି ମୋତେ ଭାବି ନିରବରେ - ଭିତରେ ଭିତରେ •••