ଦେବସ୍ମିତା
ଦେବସ୍ମିତା
ଭାବିଥିଲି ତବ ପ୍ରେମ ଭାବ ନୀରେ
ତନୁମନ ଓଦା ହୋଇବ,
ବିରହ ଜ୍ବାଳାର ଅସହ୍ଯ ବେଦନା
ପ୍ରୀତି ସ୍ପର୍ଶେ ଦୂର କରିବ ।
ଅକାରଣେ ଭୁଲ୍ ବୁଝିଲ
ଦୂରେ ବହୁଦୂରେ ଗୋପନରେ ସିନା ରହିଲ
ମୋ ଦୁଃଖ ଆଉ କି ବୁଝିବ ଗୋ ସହୀ
ଭୋକ - ଶୋଷ ବଢେ କ୍ଷଣେ ରହି ରହି
ମୁଁ କିଛି ପାଇନି ମାସେ ବିତିଲାଣି
କୁହତ ?
ଲୁହ ଦେଇ ତୁମେ କେଉଁ ସୁଖ ଅବା ପାଇଲ ••• ?