ଦେବସ୍ମିତା
ଦେବସ୍ମିତା
କିମ୍ପାଇଁ ସଖୀ ଏ ନିରବତା
ଅମା ଅନ୍ଧକାରେ
ଅଥୟ ହୁଏ ହୃଦୟ ଆଜି
ପ୍ରେମେ ପୀୟୁଷ ଯାଇଛି ହଜି
ତୁମରି ବିରହରେ
ପୃଥ୍ବୀଲୋକପରେ ।
ଆସିବ ଯେବେ ପ୍ରିୟା ଗୋ ମୋର
ବାନ୍ଧିବି ଦେଇ ପ୍ରୀତି ଅନ୍ତର
ସେବେ ଗୋ ମଧୁ ବରଷା ହେବ
ଟିକିଏ ରହି ରହି
ଜମା ଭୁଲି ପାରିବ ନାହିଁ ।
ଦୂର କର ଶିଘ୍ର ସଖୀ ଏ ଦେହୁ ନିସ୍ତେଜତା
ଅପସରୁ ତୁମରି ସ୍ପର୍ଶେ ଶରୀରୁ ଯେତେକ ବ୍ଯଥା ।
ମହକି ଉଠୁ ମଧୁଶାଳା
ଉସୁରି ଯାଉ ବିରହ ଜ୍ବାଳା ।
ନିଦ୍ରା ଅଛି ଯେତେ,
ଧନ୍ଯ କର ମୋତେ ସତୀ ବୁହାଅ ପ୍ରୀତି ସ୍ରୋତେ ।