ଦେବସ୍ମିତା
ଦେବସ୍ମିତା
ଆଜୀବନ ଦୁଃଖି ମଣିଷକୁ ସଖୀ
କିମ୍ପାଇଁ ଏତେ ଆଦର
ଜଗତରେ ମୋତେ କେହି ବରିଲେନି
ତୁମେ କିସ ଦେଖି
କରିଅଛ କୁହ ନିଜର ?
ଗାଉଁଲି କବିର ଇଜ୍ଜତ ଅବା କେତେ
ତୁମେ ସୁଖ ଦେଲ ଦେବତା ମଣିଲ
ଜଗତ ଯାଉନି ପ୍ରତେ
ମାନ ସନମାନ କି ଦେଇ ପାରିବି ମୁହିଁ
ନିନ୍ଦା ଅପବାଦେ ଦିନ କାଟୁଥିଲି ସହୀ
ମରଣ ମୁହଁରୁ ଉଠେଇ ଆଣିଲ
କୁହ ତ ! କି ସୁଖ ପାଇବା ପାଇଁ ?