STORYMIRROR

Laxman Kumar Behera

Romance

4  

Laxman Kumar Behera

Romance

ଦେବସ୍ମିତା

ଦେବସ୍ମିତା

1 min
197


ତୁମ ବିରହରେ    ନିତି ନିରବରେ

ପାଏ ସଖୀ ନିନ୍ଦା ଯାତନା

ତୁମେ ନ ବୁଝିବ     ହୃଦୟ ଦରଜ

ତମ ପାଇଁ କେତେ ଭାବନା


ଏ ପାଖେ ମୁଇଁ ସେ ପାଖେ ତୁମେ ରହିଲ

ପ୍ରଣୟ ପୀୟୁଷେ ଓଦା ହେବା କଥା

କେମିତି ଭାବିବି କହିଲ ?


କ୍ଷୀଣ ହେଇ ହେଇ ଯାଏ ବପୁ ବଳ ସଂଗିନୀ

ଆଉ କେବେ ପୁଣି ମରତେ ଆସିବି ଜାଣିନି

ଏଣୁ ଦିବାନିଶି ତବ ସ୍ବପ୍ନ ଦେଖି

ପୀରତି ଦୋଳିରେ ଝୁଲେ

ଅୟୁତେ ଯନ୍ତ୍ରଣା ଭୁଲେ


ଯେତେ ଅହମିକା ଅଛି ଏଇ ଗଣ୍ଡ ଗର୍ତ୍ତେ

ଧରିନେଇ କର ମିଳନର ମଧୁ ମର୍ତ୍ତ୍ଯେ

ସୁଖଦ ସଂଭୋଗେ ହେଇଯାଉ ସବୁ ଚୁନା

ପ୍ରଣୟୀ ହୃଦୟେ ପ୍ରତିଟି ମୁହୂର୍ତ୍ତେ ଜାଗୁ ସୁଖଦ ଭାବନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance