ଦେବସ୍ମିତା
ଦେବସ୍ମିତା
ତୁମ ବିରହରେ ନିତି ନିରବରେ
ପାଏ ସଖୀ ନିନ୍ଦା ଯାତନା
ତୁମେ ନ ବୁଝିବ ହୃଦୟ ଦରଜ
ତମ ପାଇଁ କେତେ ଭାବନା
ଏ ପାଖେ ମୁଇଁ ସେ ପାଖେ ତୁମେ ରହିଲ
ପ୍ରଣୟ ପୀୟୁଷେ ଓଦା ହେବା କଥା
କେମିତି ଭାବିବି କହିଲ ?
କ୍ଷୀଣ ହେଇ ହେଇ ଯାଏ ବପୁ ବଳ ସଂଗିନୀ
ଆଉ କେବେ ପୁଣି ମରତେ ଆସିବି ଜାଣିନି
ଏଣୁ ଦିବାନିଶି ତବ ସ୍ବପ୍ନ ଦେଖି
ପୀରତି ଦୋଳିରେ ଝୁଲେ
ଅୟୁତେ ଯନ୍ତ୍ରଣା ଭୁଲେ
ଯେତେ ଅହମିକା ଅଛି ଏଇ ଗଣ୍ଡ ଗର୍ତ୍ତେ
ଧରିନେଇ କର ମିଳନର ମଧୁ ମର୍ତ୍ତ୍ଯେ
ସୁଖଦ ସଂଭୋଗେ ହେଇଯାଉ ସବୁ ଚୁନା
ପ୍ରଣୟୀ ହୃଦୟେ ପ୍ରତିଟି ମୁହୂର୍ତ୍ତେ ଜାଗୁ ସୁଖଦ ଭାବନା ।