STORYMIRROR

Laxman Kumar Behera

Others

3  

Laxman Kumar Behera

Others

ଦେବସ୍ମିତା

ଦେବସ୍ମିତା

1 min
254

 


     ଗାଲ ଭିଜେ ବିରହରେ - ନିରବରେ 

                    ତୁମେ ଗଲା ପରେ ପରେ

     ଲଗ୍ନ ଆଉ ଜମା ଲୋଡା ନାହିଁ 

            ମଗ୍ନ ହେବା ପାଇଁ 

                    ତୁମ ଭାବନା ଭିତରେ 


  ସୁଦୂରୁ ଦିନେ ଫେରିବ ବୋଲି 

      ଆଣ୍ଟ ବାନ୍ଧିଛି ମନ 

  ଉଟୁଟୁଙ୍ଗୁ ହୁଏ ଦିବସ - ରଜନୀ 

      କେଉଁଠି ରହିଲ ଧନ

           ଈସାରା ଟିକେ ତ ଦିଅ 

           କେମିତି ବୁଝିବ ଭାବ ତ ଥରେ

                     ତୁମ ଏ ଅବୁଝା ପ୍ରିୟ ।


   ପାନ୍ଥଶାଳାର ଯାତ୍ରୀ ମୁଁ ଆଜି 

           ରାତ୍ରୀ ନିଅଣ୍ଟ ଭାରି 

   ବଢି ବଢି ଚାଲେ ତାତି ମୋ ଦେହର 

           ଜମା ଯାଉନି ଉସୁରି 

                ନିଦ୍ରା ଲାଗେନା ଜମା 

           ନିଃସଙ୍ଗ ଜୀବନ କେତେ ପୀଡାଦାୟୀ 

                ବୁଝିଗଲି ପ୍ରିୟତମା 


     ଆସୁଛି ଆସୁଛି ଶୁଣାଅନି ଆଉ 

     ଶୁଣି ସାରିଲିଣି ଶତେ 

     ବୁଝି ପାରିବନି କେବେବି ଜୀବନେ ହୃଦୟକୁ ମୋର

              ଭଲପାଏ ତୋତେ କେତେ ???


                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍