STORYMIRROR

Laxman Kumar Behera

Others

3  

Laxman Kumar Behera

Others

ଦେବସ୍ମିତା

ଦେବସ୍ମିତା

1 min
162


ନିଦ୍ରା ତେଜି ନିକଟେ ଆସ     ରାତ୍ରୀଭର କର ଗୋ ଦାସ 

            ଯେମିତି ଭୁଲିବି ନାଇଁ

ମନେ ରଖିବି ଯୁଗଯୁଗ       ମିଳନ କର ଉପଭୋଗ୍ଯ

      ଦୂରକୁ ଦୂରକୁ କିମ୍ପାଇଁ ଘୁଚ ଗୋ ସହୀ 


       ଜୀବନ ଯାତ୍ରା ଅଳପ ଦିନ 

       ବଳ ବୟସ ହେଲାଣି କ୍ଷୀଣ

          ମରମ ତଳେ ଜଗାଅ ଟିକେ ଶୃଙ୍ଗାର ମଧୁ ଭାବ 

       ଅନନ୍ତ ସୁଖ ଲଭୁ ଏ ପ୍ରାଣ 

       ଧନ୍ଯ ହେଉ ଦୁର୍ଲଭ ଜନ୍ମ

          ପୃଥ୍ବୀ ପରେ ରଖନି ପ୍ରିୟା ପ୍ରୀତି ତିଳେ ଅଭାବ


        ରାତି ଆସୁଛି ପାହି

          ଅନ୍ତଃପୁରେ ଅନ୍ତର ପୀଡା ଝଟତି ବୁଝାଅ ସହୀ

 ପାଶେ, ନିଅ ଗୋ ଭିଡିଧରି 

 ଏଇ ସମୟ ଗଲେ କି ଆଉ ଆସିବ କେବେ ଫେରି

                   ଯେତେ ହୋଇଲେ ଝୁରି •••


                      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍