STORYMIRROR

Laxman Kumar Behera

Romance

3  

Laxman Kumar Behera

Romance

ଦେବସ୍ମିତା

ଦେବସ୍ମିତା

1 min
209


 ରଜନୀକୁ ଦେଖି ଭୟ କରୁଛ କି ସଜନୀ

     ଆସ ଆସ ସହୀ ଦାଣ୍ଡକୁ ଆସ

                 ରୁଦ୍ଧ ଦୁଆର ଖୋଲି

                ଖେଳିବା ମିଳନ ହୋଲି 

     ଏକାନ୍ତରେ ଡାକେ 

            ତୁମେ ମୋ ପ୍ରେୟସୀ ବୋଲି 


       ଶୀତଳ ସମୀର ଛୁଇଁବ ଶରୀର 

         ଏ ପୁରେ, ଶୁଭ୍ର ଜୋଛନା ପଡିଛି 

                ଫର୍ଚ୍ଚା ଫର୍ଚ୍ଚା ଦିଶୁଛି 


   ମନ ଦିଆନିଆ ପାପ ଜମା ନୁହେଁ 

              ବୁଝି କି ଅବୁଝା ହୁଅନା 

   ଅନେକ ଯୁଗରୁ ପ୍ରତୀକ୍ଷାରେ ଅଛି 

              ପରୀକ୍ଷା ଆଉ ମୋ ନିଅନା


     ଶିଘ୍ରେ ଆସ ସତୀ ଅନ୍ତଃପୁରୁ ପ୍ରେମର ସୌଧ ଗଢିବା

     ହୃଦୟେ ହୃଦୟ ମିଶାଇ ଏଇଠି ପରମ ସୁଖ ଲଭିବା

             ରଚିବା ନିଆରା କାହାଣୀ 

                ତୁମଛଡା ଆଉ କାହାକୁ ଡାକିବି

                କିଏବା ଆସିବ କହନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance