ଦେବସ୍ମିତା
ଦେବସ୍ମିତା
ମନକୁ ମନ ମିଶିଲା ପରେ
ଏ ମନ ପୁଣି ବଦଳି କି ନଯାଏ
ଗୋପନେ କେବେ କି କାହାକୁ ଭଲ ନପାଏ
ନା କଲେକଲେ ନ ଚାହେଁ ?
ତଥାପି,
ସେମିତି ଜମା ମୁଁ ନୁହେଁ
ଦେହକୁ ଦେହ ମିଶିଲେ ଥରେ
ଦେହ ଆଉ କି ସୁଖ ନ ଲୋଡେ
କୁହତ, ବଳ ବୟସ କି ଝରି ପଡେ ?
ମୋତେ ଭଲପାଅ ଭଲପାଅ କହିଦେଲେ
ଭଲ କି କିଏ ପାଏ
ଭଲପାଇ କି ହୁଏ
ପ୍ରତିଟି ହୃଦୟେ ଅୟୁତେ ବ୍ଯଥା ଗୋପନ କଥା
ସିଏ ହିଁ ବୁଝିଥାଏ
ଯିଏ ମନ ଦେଇ ଭଲପାଏ
ନିରବରେ ନିରନ୍ତରେ ଖୋଜୁଥାଏ ।
ସନ୍ଦେହ ଜମା କରିବ ନାହିଁ ସଖୀ
ଜଗତେ ଯାହା ପ୍ରତିଟି କ୍ଷଣେ ଦେଖିଲା ଦୁଇ ଆଖି
କହିଲି ତୁମ ଆଗେ
ଜାଣିନି, ଭବିଷ୍ଯେ କିସ ଘଟିବ ଆମ୍ଭ ଭାଗ୍ଯେ ।