STORYMIRROR

Debabrata Barik Debunu

Romance Tragedy

4  

Debabrata Barik Debunu

Romance Tragedy

ପ୍ରେମ

ପ୍ରେମ

1 min
282


ହୋଇପାର ତୁମେ ପ୍ରୀତି ଅଭିନେତ୍ରୀ

ମିଛ ମାୟା ମରୀଚିକା

ହୋଇପାର ତୁମେ ନିଷ୍ଠୁର ହୃଦୟ

ପ୍ରୀତିହୀନ ପ୍ରତାରିକା ।

ହୋଇପାର ତୁମେ ମାୟା ମହଲର

ଅନେକ ଶଯ୍ୟାର ନାୟିକା

ହୋଇପାର ତୁମେ ଲକ୍ଷେ ଉପନ୍ୟାସ

ସହସ୍ର କବିର କବିତା ।

ହୋଇପାର ତୁମେ କାହାର ହୃଦୟ

ଅବା ହୃଦୟର ସ୍ପନ୍ଦନ

ହୋଇପାର ତୁମେ ଆଉ କାହା ଜହ୍ନ

ଆଉ କାହା ଆଖି ସପନ ।

ହୋଇପାର ତୁମେ ନୀରବ ଯନ୍ତ୍ରଣା

ଅପହଞ୍ଚ ଏକ ସୁଖ

ହୋଇପାର ତୁମେ ପୁଣ୍ଯର ଜୁଇରେ

ପୂର୍ଣ୍ଣତାର ଏକ ପାପ ।

ହୋଇପାର ତୁମେ ଓଠର ଅମୃତ

ବିଷାକ୍ତ ଦାନ୍ତର ଜ୍ୱାଳା

ହୋଇପାର ତୁମେ କାଉଁରୀ ଦେଶର

କୁହୁକିନୀ କାମବାଳା ।

ମୋ ମନ ଭିତରକୁ ଆସିଗଲ ମାନେ

ଆଉ ନାହିଁ ଫେରିବାର

ସାଇତି ରଖିଛି ସାଇତି ରଖିବି

ତୁମେ ଫେରି ଯାଇପାର ।


Rate this content
Log in

Similar oriya poem from Romance