STORYMIRROR

Santosh Samal

Abstract Tragedy

4.0  

Santosh Samal

Abstract Tragedy

ଟିକିଏ ଖରା ଟିକିଏ ଛାଇ

ଟିକିଏ ଖରା ଟିକିଏ ଛାଇ

1 min
231

ସମୟ ଆଜି ଛଡେଇ ନେଇଛି

ମୋ' ହଜିଲା ସ୍ମୃତିକୁ

କିଏ ! ଫେରେଇ ଦିଅନ୍ତା କି

ମୋ' ଅଭୁଲା ଦିନକୁ

ଖୋଜିଲେ ଆଉ ମିଳୁନାହିଁ

ସେ' ସାଙ୍ଗ, ସାଥୀର ମଜା

ଖାଇଵାକୁ ମିଳୁନାହିଁ, ସାହୁ ଅଜାର ଖଜା

ମଜା କରିବାକୁ ମିଳୁନାହାନ୍ତି ,ଅଜା ଆଈ

ଵୋଝ ଵୟସଟା ଦୁଃଖ ଦିଏ

ଟିକିଏ ଖରା ଟିକିଏ ଛାଇ  ।


ଭାଵିଲା ଵେଳକୁ ଭାଵନାରେ ମୋର

ଅଦିନେ ଭେଟ ହୁଏ ଵନ୍ଧୁଟିଏ ନିଜର

ଆଉ ମିଳୁନାହିଁ ସେ' ଵନ୍ଧୁର ଵନ୍ଧୁତା

ସମୟ ସଵୁ ଛଡେଇ ନେଇଛି,ରହିଵାକୁ ନିରଵତା

ସମୟ ଏକା ଏଠି ଵଳବାନ

ମଣିଷ ତା' ସହ ନୁହେଁ ସମାନ

ସୁଖ,ଦୁଃଖ ନଈରେ ଦେଖାଦେଇଛି ଘାଈ

ଵୋଝ ଵୟସଟା ଦୁଃଖ ଦିଏ

ଟିକିଏ ଖରା ଟିକିଏ ଛାଇ  ।


ଵୟସର ଏଇ ଉଚ୍ଚା ପାହାଡ଼ଟା

କେବେ ଯିବଯେ ଭୁସୁଡି

ଆଜି କଥା କାଲିକି ନ' ଥିଵ

କେଵେ ମାରିଦବ ଘଡ଼ଘଡି ଵିଜୁଳି

ମନେ ପଡିଯାଏ କେତେ ଚୋରି କରିଚି ମୁଁ ପିଜୁଳି

ସତରେ କିଏ ? ଫେରେଇ ଦିଅନ୍ତା ମୋ ପିଲା ଵୟସ

ଦୁଃଖ, ଯନ୍ତ୍ରଣା ଏଠିଖାଲି, ଦେଖିଵାକୁ ମିଳୁନି ହସ

ବଳଦ ପରି ଵୋଝ ଵୋହି, ସଵୁ ଯାଏ ମୁଁ ସହି

ଵୋଝ ଵୟସଟା ଦୁଃଖ ଦିଏ

ଟିକିଏ ଖରା ଟିକିଏ ଛାଇ  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract