STORYMIRROR

Santosh Samal

Tragedy

3  

Santosh Samal

Tragedy

ସ୍ମୃତି ପାଖ ଛାଡୁନି

ସ୍ମୃତି ପାଖ ଛାଡୁନି

1 min
327


ଦୁନିଆରେ ସଵୁ ଧୋକା ଦେଲେ କେତେ

ତୁ' ଵି ଶେଷରେ ଠକି ଦେଲୁ ମୋତେ

ଠକି ଦେଇ ମତେ,କରି ଦେଲୁ ପର

ମୋ କଥା ଭୁଲିଯାଇ ତୁ ହେଲୁ ଆଉ କାହାର

ଭାଵିଲେ ଵି ଭୁଲି ପାରୁନି

ତୋ' ସ୍ମୃତି ମୋ ପାଖ ଛାଡୁନି ।


ଦେଖେ ଯେବେ କୋଉ ଆନ୍ତରିକ ପ୍ରେମକୁ

ଢେଉ ପରି ମାଡ଼ି ଆସେ ପୁରୁଣା କଥା ମନକୁ

ପ୍ରଥମ ପ୍ରେମର ପ୍ରଥମ ଦିନ

ତୁ' ଦେଖେଇ ଥିଲୁ ମୋତେ ଲକ୍ଷେ ସପନ

ସଵୁ କଥା ଭୁଲି ଯାଇଛୁ ,ରଖିନୁ କିଛି ମନ

ଭାଵିଲେ ଵି ଭୁଲି ପାରୁନି

ତୋ ସ୍ମୃତି ମୋ ପାଖ ଛାଡୁନି ।।


ତୋ କଥା ଭାଵି ..ଭାଵି ମୁଁ ଵିଚଳ

ସଵୁ ଦିନ କାଟେ ମୁଁ ଦୁଃଖରେ ଵେଳ

ଭଲ ପାଉଥିଲି କେତେ, ଆ ..ଥରେ ଦେଖିଵୁ

ଅଙ୍ଗେ ନ ଲିଭେଇଲେ, ଦୁଃଖ କଣ ଜାଣିଵୁ

ଭଲ ପାଇଵାର ଫଳ ମିଳିଲା ଵହୁତ

ପୁରୁଣା କ୍ଷତ ଦଉଚି ଵହୁତ ଆଘାତ

ଭାଵିଲେ ଵି ଭୁଲି ପାରୁନି

ତୋ ସ୍ମୃତି ମୋ' ପାଖ ଛାଡୁନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy