STORYMIRROR

Santosh Samal

Inspirational

3  

Santosh Samal

Inspirational

ନର ପାଇଁ ନାରୀଟିଏ ଜରୁରୀ

ନର ପାଇଁ ନାରୀଟିଏ ଜରୁରୀ

1 min
311

ଅଧା ଗଢ଼ା ହେଲେ ସପନ

ତାକୁ ଦିଏ ଯିଏ ଜୀବନ

ତା' ଵିନା ସପନ ଏଠି ଫାଙ୍କ

ଜୀବନ ରାସ୍ତା ଅଟେ ଅଙ୍କା , ଵଙ୍କା

ନଦୀ ପାରି କରିଵାକୁ ଯେମିତି ଲୋଡ଼ା ନାଉରୀ

ସଂସାର ନଦୀ ପାରି କରିଵାକୁ

ନର ପାଇଁ ନାରୀଟିଏ ଜରୁରୀ ।


ସୁଖ ,ଦୁଃଖରେ ଯିଏ ପାଖରେ ଥାଏ

ଵିପଦ ସମୟରେ ଯିଏ ହାତ ଵଢେଇ ଦିଏ

ଦୁଃଖରେ ଦିଏ ପ୍ରେରଣା ତୁହାକୁ ତୁହା

ସୁଖରେ ଵାଣ୍ଟେ ଉତ୍ସାହ ନୂଆ

ଜୀବନ ଲମ୍ଵା ରାସ୍ତାରେ ସାଥୀରେ ଥାଏ ରହି

ଦୁଃଖ ନଇରେ ସୁଖ ଯେଵେ ମାରେ ଲହରୀ

ସଂସାର ନଦୀ ପାରି କରିଵାକୁ

ନର ପାଇଁ ନାରୀଟିଏ ଜରୁରୀ ।।


ଏଇ ସମ୍ପର୍କରେ ଵାଦ,ପ୍ରତିଵାଦ

ରାଗ ,ଋଷାରେ ମିଶିଛି ପ୍ରେମର ଖାଦ

ଗୋଟିଏ ଡ଼ଙ୍ଗାର ସେମାନେ ନାଉରୀ

କେହି ଛାଡି ପାରିଵେନି ହାତ କାହାରି

ଅନ୍ଧାର ରାତିରେ ଆଳୁଅ ଜଳିଲେ

ଯେମିତି ସୁନ୍ଦର ଲାଗେ

ଜୀବନ ପଥରେ ସାଥୀ ଟିଏ ମିଳିଲେ

ଆହୁରି ଆନନ୍ଦ ଲାଗେ

ସୁରକ୍ଷା ଦଵାପାଇଁ ସେ ସାଜେ ପ୍ରହରି

ସଂସାର ନଦୀ ପାରି କରିଵାକୁ

ନର ପାଇଁ ନାରୀଟିଏ ଜରୁରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational