STORYMIRROR

Santosh Samal

Others

3  

Santosh Samal

Others

ମନ୍ଦିରରେ ଵୋଧେ ନାହାଁନ୍ତି ଦେଵତା

ମନ୍ଦିରରେ ଵୋଧେ ନାହାଁନ୍ତି ଦେଵତା

1 min
313

ମନ୍ଦିର ପରା ପଡ଼ିଛି ଖାଲି

ପୂଜାରୀ ଏଠି ନାହିଁ ଵୋଲି

ଘଣ୍ଟିର ଶଵଦ ଶୁଣା ଯାଉନି ଆଉ

ଚୋରି ହେଇଚି ଘଣ୍ଟ ,ଗଲାଣି ଯାଉ

ପୂଜାରୀ ଏଠି ସାଜିଛି ନେତା

ମନ୍ଦିରରେ ଵୋଧେ ନାହାନ୍ତି ଦେଵତା  ।

ମଣିଷ ଏଠି ଏତେ ସ୍ଵାର୍ଥପର

ତା' ପାଇଁ ଉପାସରେ ରୁହନ୍ତି ଆମ ଠାକୁର

ନା' ପୂଜାରେ ତା' ମନ, ନା ' ଆଳତୀରେ ମନ

ଠକି ଖାଇବାକୁ ମୁର୍ଖ ନିଜକୁ ମନେ ଵିଦ୍ୟାନ

ଭିକାରୀ କୁ ଆଉ ମିଳୁନି ଧରିଵାକୁ ଛତା

ମନ୍ଦିରରେ ଵୋଧେ ନାହାନ୍ତି ଦେଵତା  ।

ଶହେରେ ଏଠି ଅଶୀ ଜଣ

କୋଡ଼ିଏ ସାଧୁ , ଅଶୀ କ'ଣ ?

ଦୀପରେ ଘିଅ ନୁହେଁ ଏଠି ଅସଲି

ଝୁଣାରେ ସେଣ୍ଟମାରି କହୁ ଏ' ଧୂପକାଠି ମଲ୍ଳି

ପୁଅ ଏଠି ଠକିଲାଣି ଵାପାକୁ

ଵାପା କହେ ପୁଅ ମୋର, ଭଲ ଵେପାରୀ ହବ ଆଗକୁ

ଫୁଲମାଳ ନାଁରେ ପୁଅ ଵିକିଲାଣି ଵସି ଦୈନିକଵାର୍ତ୍ତା

ମନ୍ଦିରରେ ଵୋଧେ ନାହାଁନ୍ତି ଦେଵତା  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍