STORYMIRROR

Santosh Samal

Abstract

3  

Santosh Samal

Abstract

ବର୍ଷାକୁ ଦେଖିଲେ ଲାଗୁଛି ଡ଼ର

ବର୍ଷାକୁ ଦେଖିଲେ ଲାଗୁଛି ଡ଼ର

1 min
389

ରିମ୍ ଝିମ୍ ..... ଵର୍ଷା କୁ

ଦେଖିଲେ ଲାଗୁଛି ଡ଼ର

ଯୋଉ ଵର୍ଷାକୁ ନିଜର ଭାଵିଥିଲି

ସିଏ କରିଦେଲା ମୋତେ ସାତ ପର

ରିମ୍ ଝିମ୍ .... ଵର୍ଷାକୁ

ଦେଖିଲେ ଲାଗୁଛି ଡ଼ର  ।


ଏମିତି ଡ଼ର ଜୀଵନେ ଭରି ଦେଇଛି ମୋର

ଶୁନ୍ ..ଶାନ୍ ହେଲେ ରାତି, ଥରେ ଛାତି ମୋର

ଵାଟର ଦୋଷ ନାଁ ଏଠି ଵାଟୋଇର ଦୋଷ

ସପନର ଦୋଷ ନାଁ, ଏଠି ନିଦର ଦୋଷ

କିଏ କହିବକି ଏମିତି କାହିଁକି ହୁଏ

ମୋ' ସହିତ ଵାର ମାସ

ଲେଖିବାକୁ ଭାବୁଚି ହେଲେ ଭୁଲି ଯାଇଛି ଅକ୍ଷର

ରିମ୍ ଝିମ୍ ...ଵର୍ଷା କୁ

ଦେଖିଲେ ଲାଗୁଛି ଡ଼ର ।।


ହେଲେ ଜହ୍ନ ରାତି , ଅନ୍ଧାର ଵାଟୋଇର ଅଟେ ସାଥୀ

ନିଜ ଛାଇ ଦେଖି ଧଡ଼କେ ମୋ' ଛାତି

ଏମିତିକା ସେ ଅଵୁଝା ହୃଦୟ

ଵୁଝିଵା ଆଗରୁ ସଵୁ ଦିନକୁ ମୋଠୁ ନେଇଗଲୁ ବିଦାୟ

ସଵୁ ରାତି ହେଇଗଲା ମୋ' ପାଇଁ ଅନ୍ଧାର

ରିମ୍ ଝିମ୍.... ଵର୍ଷା କୁ

ଦେଖିଲେ ଲାଗୁଛି ଡ଼ର ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract