STORYMIRROR

Santosh Samal

Abstract

3  

Santosh Samal

Abstract

ମୁଁ ହେଇ ପାରିଵିନି କାହାରି

ମୁଁ ହେଇ ପାରିଵିନି କାହାରି

1 min
379

ସିନ୍ଦୂର ଵଦଳେ ତୁମକୁ ପାଇଵି

ଶଖାଂ ବଦଳେ ତୁମ ଆୟୁସ ମାଗିବି

ମୋ' ମନ ମନ୍ଦିରରେ ତୁମେ ମୋ ଦେଵତା

ତୁମ ପାଦ ତଳେ ମୁଁ ଗୋଟେ ଲତା

ତୁମକୁ ଚାହିଁ ..ରହିଛି

କେଵେ ଆଣିବ ମୋ ପାଇଁ ଫୁଲର ସବାରୀ

ତମକୁ ଛାଡି ମୁଁ ହେଇ ପାରିଵିନି କାହାରି ।


ସବୁ ସମୟରେ ତୁମ ଛବି ଆଖି ଆଗରେ ନାଚୁଛି

ମୋ ପାଇଁ ତୁମକୁ ମୁଁ ଵାଛିଛି

ଭଲ ପାଇବା ଗଛରେ ଆଜି ଫୁଟିଛି ଅନେକ ଫୁଲ

ସୁନ୍ଦର ତମ ଭାଵନା ,ନାହିଁ ତାର ମୂଲ

ତମକୁ ଭାବି..ଭାଵି 

ଦିନ,ରାତି ଵିତୁଛି

ଖୁସିରେ ନ ଥାଇ ମୁଁ ହସୁଛି

କେବେ ଆଣିଵ ମୋ ପାଇଁ ଫୁଲର ସବାରୀ

ତମକୁ ଛାଡି ମୁଁ ହେଇ ପାରିଵିନି କାହାରି ।।


ଖାଲି ଜହ୍ନ,ତାରା ଦେଖି କାଟୁଚି ମୁଁ ରାତି

ତମେ କେଵେ ହବ ମୋ' ନିଝୁମ ରାତିର ସାଥୀ

ସାଥୀ ଵିନା ଏଠି ରାତି 

ଲାଗୁଚି ଵନ୍ଦୀ କୋଠରୀ

ସତେ ଯେମିତି ଲାଗୁଛି 

ତମେ ନ ଆସିଲେ ମୁକୁଳିଵା ସମ୍ଭବ ନୁହେଁ ମୋହରି

କେଵେ ଆଣିବ ମୋ ପାଇଁ ଫୁଲର ସବାରୀ

ତମକୁ ଛାଡ଼ି ମୁଁ ହେଇ ପାରିଵିନି କାହାରି ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract