STORYMIRROR

Santosh Samal

Romance

3  

Santosh Samal

Romance

ସଵୁ ଦିନ ସେଇ ଗୋଟିଏ କଥା

ସଵୁ ଦିନ ସେଇ ଗୋଟିଏ କଥା

1 min
167

ଏ' ଶୁଣ ତମକୁ କିଛି କହିଵାର ଅଛି

ମୋ' କଥା ଶୁଣିଵ ଵିଶ୍ଵାସ ଅଛି

ଭାଵିଥିଲି ତମେ ହଵ ମୋ' ମନ ଆକାଶରେ

ହବ ପୁନେଇଁ ଜହ୍ନ ..

ହେଲେ ଜାଣି ନ' ଥିଲି, ଜହ୍ନ ଶିଥଳ କିରଣରେ

ଜଳି ଯିଵ ମୋ' ମନ ..

ଝରଣା ଭାବି ପିଇଥିଲି, ତମ ସେହ୍ନ, ମମତାର ମଧୂର ପାଣି

ହେଲେ ଜାଣି ପାରିଲିନି ତମେ ଛଲନାରେ ଭରା ଖଣି

ଵାମନ ହେଇ ଚାନ୍ଦ ଧରିବା 

ଭାବନା ଥିଲା ମୋ' ଅଯଥା

ନିଜ ଛାଇ ରେ ତମକୁ ଦେଖେ

ସଵୁ ଦିନ ସେଇ ଗୋଟିଏ କଥା  ।


ଆଜିଵି ଅଛ ଭାଵନାରେ ତମେ

ତମ ଛଡ଼ା ଆଉ କାହାକୁ ଭାଵି ପାରୁନାହିଁ ଜମା

ତମ ପାଖରେ ଶେଷ ମୋ' ବାକ୍ୟର କମା

ତମ ହୃଦୟକୁ ମୋ ହୃଦୟରେ ଯୋଡିଵି ପାଇଁ

ସହି ଗଲଣି ମୁଁ ସଵୁ ସିମା

ଵାମନ ହେଇ ଚାନ୍ଦ ଧରିଵା

ଭାଵନା ଥିଲା ମୋ' ଅଯଥା

ନିଜ ଛାଇ ରେ ତମକୁ ଦେଖେ

ସଵୁ ଦିନ ସେଇ ଗୋଟିଏ କଥା ।।


ସ୍ଵପ୍ନ ରଙ୍ଗ ଓ ଭାଵନା ତୂଳିରେ

ଆଙ୍କିଥିଲି ମୋ' ହୃଦୟରେ ତମ ଛଵି

ସେଇ ଛବି ଦେଖି ସପ୍ତାହ ,ମାସ କାଟେ

କେତେ ସୋମ, କେତେ ଯାଇଛି ରଵି

ସଵୁ ଦିନ ତମ' ଭାଵନାରେ ଖୋଜି

ଭାଵନା ଭିତରେ ଯାଇଛି ହଜି

ଵାମନ ହେଇ ଚାନ୍ଦ ଧରିଵା

ଭାଵନା ଥିଲା ମୋ' ଅଯଥା

ନିଜ ଛାଇରେ ତମକୁ ଦେଖେ

ସଵୁ ଦିନ ସେଇ ଗୋଟିଏ କଥା ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance